Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

କରୁଣାକର

କରୁଣାକର

1 min
162



ସବୁର କାରଣ ତୁହି ଜଗନ୍ନାଥ

ନାହିଁ ଗତି ତହବିନୁ,

କପାଳେ ଆଙ୍କିଛୁ ଅମୂଲ୍ୟ ଗାରକୁ

ସତ୍ୟହୁଏ ତବବିନୁ।


ନାହିଁ ମୂଲ୍ୟ କିଛି ଧନ ସମ୍ପତ୍ତିର

ମୂଲ୍ୟନାହିଁ ଶତ୍ରୁଷଡଯନ୍ତ୍ର,

ଚିହ୍ନିତ ହୁଅନ୍ତି ଶତ୍ରୁ ପରା ଭବେ

ଯେହୁ କରେ  ଷଡଯନ୍ତ୍ର।


କରୁଣା ତହର କପାଳର ଗାର

ଅମୂଲ୍ୟ ଅଟେ ଜୀବନେ,

ନାହିଁ ଶକ୍ତିକାର ଟାଳିବାକୁତାହା

ସତ୍ୟହୁଏ ଏହୁଦିନେ।


ସବୁ ଷଡଯନ୍ତ୍ର ବୃଥା ହୁଏତାର

ଅଜ୍ଞାନୀ ବୁଝିବେ କାହୁଁ?

ଜଗନ୍ନାଥଦୟା ଯାହାରେରହିବ 

ଶତ୍ରୁ ତା ବୁଝିବ କାହୁଁ।


ଗୃହର କର୍ତ୍ତବ୍ୟ ପୂର୍ଣ୍ଣ କଲନାଥ

ମନବାଞ୍ଛା ପୂର୍ଣ୍ଣ କଲ,

ଅଜ୍ଞାନୀ ଭକ୍ତର ଡାକକୁ ଶୁଣିଲ

ମନରଥ ପୂର୍ଣ୍ଣ କଲା।


ତୁମେ ସର୍ବୋପରି ଜୀବନେ ମୋହର

ପ୍ରଭୁ କୃଷ୍ଣ ରାମ ତୁମେ,

ଆରାଧ୍ୟ ମୋହର ପ୍ରଭୁ ଜଗନ୍ନାଥ

ଜୀବନେ ସର୍ବୋଚ୍ଚ ତୁମେ।


ଇଷ୍ଟଦେବୀମୋର ଶକ୍ତିରୂପା ଦୁର୍ଗେ

ଲକ୍ଷ୍ମୀଙ୍କର ଦୟାହେଲା,

ଗୁରୁ ଜନଙ୍କର ହେଲା ଆଶିର୍ବାଦ 

ମନରଥ ପୂର୍ଣ୍ଣ ହେଲା।


ଅଜ୍ଞାନୀ ଭକ୍ତର ମନବାଞ୍ଛା ପୂର୍ଣ୍ଣ

କଲ ପ୍ରଭୁ ଦାରୁବ୍ରହ୍ମ,

ଅନାଦିଅନନ୍ତ ଅଟହେ କାଳିଆ

ତୁମେହେ ପରମବ୍ରହ୍ମ।




Rate this content
Log in