Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

3  

Baman Chandra Dixit

Others

କରୁଣା କର ଏତିକି

କରୁଣା କର ଏତିକି

1 min
147



ଦେଖି ତୋ ମୁଖ ଶିରୀ କି

ଯିବ ଏ ଜୀବ ତରି କି

କହ କଳା କାଞ୍ଚନ ଏ ଦୀନ ଅକୀଞ୍ଚନ

ତୋର କରୁଣା ସରି କି?


ଆଶା ଅସରା ଧରି ମରମେ ମୋର

ଧାଇଁ ଆସିଲି ନାଥ ସିଂହ ଦୂଆର

ଉଚ୍ଛନ୍ନ ହେଲା ମନ ଲଭିବି ଦରଶନ

ଶୀରିକ୍ଷେତର ସାଇଁ କି ।।


ଯେବେ ଦେଖୁଛି ନାଥ ରୂପକୁ ତୋର

ଛଳ ଛଳ ହେଉଛି ନୟନ ମୋର

ଦେଖି ମୁଁ ପାରୁନାହିଁ କେଜାଣି କାହିଁପାଇଁ

ପାତକି ମୋର ଆଖି କି ?


ବେନି ନୟନ ମୁଦି ଯୋଡ଼ିଲି ହାତ

ଝଟକିଲା ଝଟତି କଳା ଶ୍ରୀମୁଖ

ସହସ୍ର ଶିହରଣ ଶିହରେ ଅପଘନ

ତୋ ଦରଶନ ପାଇକି।।


କରୁଣା ଊଣା ନାଥ ନହେଉ ତୋର

କରି ରଖିଥା ତୋର ପାଦେ କିଙ୍କର

କରେ କରି କଲମ ଲେଖୁଥାଉ ବାମନ

କରୁଣା କର ଏତିକି।।



Rate this content
Log in