STORYMIRROR

LALIT MOHAN DASH

Abstract Inspirational Children

4  

LALIT MOHAN DASH

Abstract Inspirational Children

କରୁଛି ଶପଥ

କରୁଛି ଶପଥ

1 min
263

ଜନ୍ମଦାତ୍ରୀ ତୁ ଭାରତ ମାଆ ଲୋ

ମୁଁ ତୋର ବୀର ସନ୍ତାନ,

ତୋର ସେବା କରି ଯାଉ ମୋର ପ୍ରାଣ

ରହିଥାଉ ତୋ ସମ୍ମାନ।

ତୋହରି କୋଳରେ ଜନମ ଲଭିଛି

ଏ ଶରୀର ତୋର ଦାନ,

ତୋହରି ପବନେ ନିଃଶ୍ବାସ ଚାଲିଛି

ତୋର ଖାଦ୍ୟ ବଳେ ପ୍ରାଣ।

ଦେହରେ ଶକତି ଭରିବା ପାଇଁକି

ଗଛଲତା ଫଳମୂଳ,

ମନରେ ଶକତି ଆଣି ଦିଏ ତୋର

ନଦୀ ସମୁଦ୍ରର ଜଳ।

ତୋହରି କୋଳରୁ ଜନମ ଲଭିଣ

ଗାନ୍ଧୀ ସୁଭାଷ ବୀର,

ବଣିକ ଇଂରେଜ ତଡିଲେ ଦେଶରୁ

ଅନ୍ତ ହେଲା ଅତ୍ୟାଚାର।

ଜ୍ଞାନ ବଳେ ତୋର ଉଚ୍ଚ କଲେ ଶିର

ବାଲମୀକ ବ୍ୟାସଦେବ,

ଗାର୍ଗୀ ମୈତ୍ରୀ ବିଶ୍ଵବାରା ନାରୀ

ଜ୍ଞାନ ଯେ ତାଙ୍କ ଅପୂର୍ବ।

ପବିତ୍ର ତୋ ଭୂଇଁ ଜଗତରେ ନାହିଁ

ମୁନିଋଷି ବାସସ୍ଥାନ,

ତୋ ଗୁଣ ଗାରିମା ବଳେ ମାନୁଛନ୍ତି

ଗୁରୁ ତତେ ବିଶ୍ଵଜନ।

ବେଶ ଭାଷା ଧର୍ମ ହେଉ ପଛେ ଭିନ୍ନ

ସଭିଏଁ ସନ୍ତାନ ତୋର,

ସଭିଙ୍କୁ ଏକାଠି ବାନ୍ଧିକି ରଖିଛି

ତୋ ସ୍ନେହ ମମତା ଡୋର।

ତୋର ପାଦଧୂଳି ମୁଣ୍ଡେ ହେଇ ବୋଳି

କରୁଛି ଶପଥ ଆଜି,

ଅଖଣ୍ଡତା ତୋର ବଜାୟ ରଖିବି

ଭାଙ୍ଗି ଅର୍ଗଳ ରାଜି।


Rate this content
Log in

Similar oriya poem from Abstract