କର୍ତ୍ତବ୍ୟ
କର୍ତ୍ତବ୍ୟ
କେତେ ଜନ୍ମର ପୁଣ୍ୟରେ ଆମେ
ପାଇଛୁ ମଣିଷ ଜୀବନ
କର୍ତ୍ତବ୍ୟ ପଥରେ ଆଗେଇ ଯିବା
ପୂର୍ଣ୍ଣହେବ ସବୁ ସପନ ।
ନିଜେ ନିଜର କର୍ତ୍ତବ୍ୟ କର
ଅହଁଭାବ ରଖ ନାହିଁ
ଏକତା ହୋଇ ରହିଲେ ଭାଇ
ବିପଦ ଆସିବ କାହିଁ ।
କର୍ତ୍ତବ୍ୟ ପରାଣ ହୋଇ ଚାଲିବା
ଅନ୍ୟକୁ ଦୁଃଖ ନ ଦେବା
କୃପଣତା ଭାବ ପୋଷଣ ନ କଲେ
ଦିଗ୍ ବିଜୟୀ ହେବା।
ମନୁଷ୍ୟ ଜୀବନ କାଳଚକ୍ରେ ବନ୍ଧା
ଅଟଇ ମାଟିର ପିଣ୍ଡ
କେତେବେଳେ ଆସି ଯମ ନାଶିଦେବା
ମିଲିଣ କଠିନ ଦଣ୍ଡ ।
ଜନମି ମର୍ତ୍ତ୍ୟରେ ସୁକାର୍ଯ୍ୟ କରିଲେ
ପାଇବ କେତେ ସମ୍ମାନ
ଅନ୍ୟର ଦୁଃଖରେ ଦୁଃଖିତ ନ ହେଲେ
ସିଏ ପଶୁଠାରୁ ହୀନ।