କର୍ତ୍ତବ୍ୟ
କର୍ତ୍ତବ୍ୟ
ଜୀବନରେ ସବୁ ଭୁଲିବା
ପିତା ମାତାଙ୍କୁ କେବେ ନଭୁଲିବା
କେତେ କଷ୍ଟ ସହି ଆମକୁ ଜନ୍ମ ଦେଲେ
କେତେ ଦୁଃଖ ସହି ଆମକୁ ମଣିଷ କଲେ
ପିତା ମାତା ପ୍ରତି ଥିବା କର୍ତ୍ତବ୍ୟ ଆମେ କରିବା
ତାଙ୍କ ଦାୟିତ୍ୱ ନେବାରେ କେବେ ଅବହେଳା ନ କରିବା
କେତେ ଆଶା ନେଇ ଝିଅଟିଏ ବିବାହ କରେ
ଶାଶୁ ଘରକୁ ନିଜର ଭାବି ଆପଣାର କରେ
ବୋହୁକୁ ଝିଅ ଭାବି ତା ପ୍ରତି କର୍ତ୍ତବ୍ୟ
କରିବା
ଦୁହିତା ଦୁଇ କୁଳକୁ ହିତା ମନେ ରଖିଥିବା
ଝିଅଟିଏ ମଥାରେ ପିନ୍ଧି ଥାଏ ସିନ୍ଦୁର
ସିନ୍ଦୁର ପିନ୍ଧି ସ୍ୱାମୀକୁ କରେ ସଦା ନିଜର
ସ୍ୱାମୀ ଯଦି ସ୍ତ୍ରୀର ଦାୟିତ୍ୱ ସାଥେ କର୍ତ୍ତବ୍ୟ କରିବ
ସୁଖ ଦୁଃଖର ସାଥି ସ୍ତ୍ରୀ ପାଇଁ ସଦା ହୋଇବ
ପୁରୁଷ ସ୍ତ୍ରୀର ହାତ ଧରି ଘରକୁ ଆଣିଥାଏ
ସହ ଧର୍ମିଣୀ ମନ କଥା ବୁଝିବ ବିଶ୍ୱାସ ରଖିଥାଏ
ସ୍ୱାମୀକୁ ଦେବତା ଭାବି ଯେବେ ସ୍ତ୍ରୀ କର୍ତ୍ତବ୍ୟ କରିବ
ପତି ବ୍ରତା ହୋଇ ସଦା ସେ ଯଶ ଲଭିବ
ମା କେତେ ଦୁଃଖ ସହି ଜନ୍ମ ଦେଲା ନିଜେ ନ ଖାଇ ଶିଶୁକୁ ଖୁଆଇଲା
ମା ପ୍ରତି କର୍ତ୍ତବ୍ୟ ସନ୍ତାନ ଯଦି କରିବ
ମା'ର କୃପାରୁ ସବୁ ବିପତ୍ତିରୁ
ରକ୍ଷାପାଇବ
ଜନ୍ମଭୂମି ମା ଆମର ଏ କଥା କେହି
ଭୁଲିବା ନାହିଁ
ତା ପାଣି ପବନେ ବଡ଼ ହେଲେ ଆମେ
ତା ପାଖେ ରହି
ନିଜ ଜନ୍ମଭୂମି ପ୍ରତି ନିଜ କର୍ତ୍ତବ୍ୟ କରିବା
ନିଜ ଜୀବନକୁ ବଳିଦାନ ଦେଇ ତାର ସୁରକ୍ଷା କରିବା
ଆମ ଭାଷା ଆମ ସଂସ୍କୃତି ଆମ ଗୌରବ ମନେ ରଖିବା
ଆମେ ବିଦେଶରେ ଥିଲେ ବି ନିଜ ଭାଷା ସଂସ୍କୃତିକୁ ଭୁଲି ନ ଯିବା
ଆମ ଭାଷା ଆମ ସଂସ୍କୃତି ପାଇଁ ଆମ କର୍ତ୍ତବ୍ୟ କରିବା
ଭାଷା ,ସଂସ୍କୃତିର ମହାନତାକୁ ସଦା ଗାଉଥିବା
ନାରୀ ଲକ୍ଷ୍ମୀ,ସରସ୍ବତୀ,ମହାକାଳୀ
ରୂପେ ପୂଜା ପାଏ ମନେ ରଖିବା
ନାରୀ ଜାତିକୁ ସମ୍ମାନ ଦେଇ ସୁରକ୍ଷା କରିବା
ନାରୀ ପ୍ରତି ନିଜ କର୍ତ୍ତବ୍ୟ କରିବା
ନାରୀ ସଦା ପୂଜ୍ୟ ଏ କଥା ମନେ ରଖିବା
ଶିକ୍ଷକଟିଏ ନିଜ କର୍ମ କରନ୍ତି
କେତେ ପରିଶ୍ରମ କରି ଶିକ୍ଷାଦାନ ଦିଅନ୍ତି
ଶିକ୍ଷକ ପ୍ରତି ଯଦି ଛାତ୍ର ନିଜ କର୍ତ୍ତବ୍ୟ କରିବ
ନିଶ୍ଚୟ ଗୁରୁ କୃପାରୁ ସେ ଆଦର୍ଶ ଛାତ୍ର ହୋଇ ସଫଳ ହୋଇବ
ଯାହା ପ୍ରତି ଯାହାର କର୍ତ୍ତବ୍ୟ ରହିଛି
ଆମେ କରିବା
କର୍ତ୍ତବ୍ୟ ପଥରୁ କେବେ ଓହରି ନ ଯିବା
କର୍ତ୍ତବ୍ୟ ଯିଏ ପାଳନ ଉତ୍ତମ ରୂପେ କରିବ
ମହିମଣ୍ଡଳେ ଯଶ କୀର୍ତ୍ତି ସବୁ ବେଳେ ରଖିବ ।