କୃଷ୍ଣଚୂଡ଼ା
କୃଷ୍ଣଚୂଡ଼ା
କୃଷ୍ଣଚୂଡ଼ା ତୁମେ ଦିଶ କି ସୁନ୍ଦର
ନାଲି ହଳଦିଆ ରଙ୍ଗେ,
ତୁମ ରୂପକାନ୍ତି ମନେ ଭରେ ଶାନ୍ତି
ମାଦକତା ଭରେ ଅଙ୍ଗେ |
ବୈଶାଖ ପ୍ରଖର ରୌଦ୍ର ତାପରେବି
ଫିକା ପଡ଼େନାହିଁ ରଙ୍ଗ,
ମୃଦୁ ମଳୟରେ ଲହରଉ ଥାଅ
ଯେସନେ ଜଳ ତରଙ୍ଗ |
ତୁମକୁ ଦେଖିଲେ ନଜର ଫେରେନା
ପଲକ ପଡ଼େନା ଆଖି,
ନିଦାଘ ଦୁଃଖରେ ଯନ୍ତ୍ରଣା ଦୁରାଅ
ସୌନ୍ଦର୍ଯ୍ୟତା ତାର ସାକ୍ଷୀ |
ଚତୁର୍ଦିଗେ ତୁମ ବିଛୁରିତ ଆଭା
ଦିଶେ କେଡ଼େ ମନଲୋଭା,
ମାଟିର ଉପରେ ଫୁଲର ପାଖୁଡ଼ା
ଅତୁଳନୀୟ ସେ ଶୋଭା |