କୃଷ୍ଣ-ପ୍ରେମ ଓ ଭକ୍ତି ରୂପ
କୃଷ୍ଣ-ପ୍ରେମ ଓ ଭକ୍ତି ରୂପ
ମୁଁ ସୃଷ୍ଟି ,ମୁଁ ସର୍ଜନା,
ମୁଁ ପ୍ରକୃତି, ମୁଁ ପୁରୁଷ
ମୁଁ ଆଦି ମୁଁ ଅନନ୍ତ
ମୋ ବର୍ଣ୍ଣ ନୀଳ
କାରଣ
ମୁଁ ଆକାଶ ,ବ୍ୟାପ୍ତ ସର୍ବତ୍ର
ମୁଁ ପ୍ରେମ, ମୁଁ ଭକ୍ତି,
ମୋ ଦୃଷ୍ଟି , ଭବ ସାଗର
ପ୍ରେମର ଦାସ, ଭକ୍ତିର ବନ୍ଧନ,
ମୁଁ ତମ ପ୍ରଥମରେ ଦେଖ
ତମ ଧ୍ୟାନରେ
ଚକ୍ଷୁ ମୁଦ୍ରିତ କରି
ଧ୍ୟାନସ୍ଥ ହୋଇ
ତମ ମୋକ୍ଷର ଦ୍ୱାର ଖୋଲେ
ଜୀବ ଭବ ସାଗରରୁ ପାର କରେ ,
ତେଣୁ ମୋ ଭକ୍ତ ମତେ ଡାକନ୍ତି
ଅନିମେଷ ଲୋଚନ
ଅତାର୍ଥ ,
ଅପଲକ ନୟନ
ପ୍ରେମ ଓ ଭକ୍ତି ରସର ସମନ୍ଵୟ
ବିଶ୍ୱ ନିୟଂତ୍ରକ
ଅନନ୍ତ ମୋ ଶୟନ,
ସର୍ବଦା ମୁଦ୍ରିତ ମୋ ଚକ୍ଷୁ ଦ୍ଵୟ
ଭାବ ବନ୍ଧନ୍ରର ମୁଁ ଏକା ଉଦ୍ଧାରକ
କୃଷ୍ଣ-ପ୍ରେମ ଭକ୍ତି ରୂପ
ଏକ ମାତ୍ର ମାଧ୍ୟମ ମୋକ୍ଷ ।
ରାମ ପ୍ରସାଦ ବିଶୋଇ ।
ରାୟଗଡା ।
ତା-୧୮-୦୫-୧୬
ସମୟ-ସଂଧ୍ୟା-୬-୨୦ ମିନିଟ ।
ନିତ୍ୟମ ଜପନ୍ତି କୃଷ୍ଣ ମାନସେ ରାଧେ,
ନିତ୍ୟମ ଜପନ୍ତି ରାଧା ମାନସେ କୃଷ୍ଣ କୃଷ୍ଣ
ଭକ୍ତମାନେ ଯେଉଁ ମାନେ ଜପନ୍ତି
ରାଧେ କୃଷ୍ଣ , ରାଧେ କୃଷ୍ନ
ନିତ୍ୟମ ମାନସେ
ତସ୍ୟମ ଲଭନ୍ତି ମୋକ୍ଷ ।