କୃଷକ
କୃଷକ


ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ
ଫଳାଏ ମାଟିରେ ସୁନା,
କୃଷକ ଭାଇ ର ପରିଶ୍ରମରେ
ଆମ ମୁହଁରେ ମିଳେ ଦାନା । ୧
ଖରା ବରଷା ଶୀତ କୁ ନ ଡରି
ହଳ ଲଙ୍ଗଳ ଧରି ଯାଏ,
ବନ୍ଧୁର ଭୂମିରେ ସ୍ଵେଦ ନିଗାଡି
ଉର୍ବର କରାଇଥାଏ । ୨
ଭିନ୍ନ ରକମର ଫସଲ ଖେଳେ
ସବୁଜ କ୍ଷେତରେ ତାର,
ମାଟି ମା ର ଯୋଗ୍ୟ ପୁଅ ସେ
ତୁଳନା ନାହିଁ ଯାର । ୩
ତା ପାଇଁ ହସେ ଜୀବ ଜଗତ
ମୁଠାଏ ଖାଦ୍ୟ ପାଇଁ,
ତଥାପି ଆଜି ସେ ଦରିଦ୍ର ଅଟେ
ମୁଣ୍ଡ ଗୁଞ୍ଜିବା ପାଇଁ । ୪
ନିଷ୍ପେସିତ ସେ ସମାଜ ଭିତରେ
ସମ୍ମାନ ତା ପାଇଁ କାଇଁ?
ସଭିଙ୍କୁ ଖାଦ୍ୟ ଯୋଗାଏ ସିନା
ତା ପେଟକୁ ମୁଠେ ଦାନା ନାହିଁ । ୫
କୃଷକ ନଥିଲେ କୃଷି ହେବ ନାହିଁ
ମିଳିବନି ଖାଦ୍ୟ ଶସ୍ୟ,
ଭୋକ ଉପାସରେ ସଭିଏଁ ସଢ଼ିବେ
ଜୀବନ ହୋଇବ ଶେଷ । ୬
ବେଳ ଅଛି ଭାଇ ସୁଧୁରି ଯାଅ
କୃଷକ ଭାଇର କର ଇଜ୍ଜତ,
କୃଷକ ହସିଲେ ହସିବ ପୃଥିବୀ
ହସିବ ସାରା ଜୀବ ଜଗତ । ।