କରୋନା
କରୋନା
ବିଶ୍ୱ ସ୍ତବ୍ଧ ଆଜି
ବୈଜ୍ଞାନିକ ହତଵାକ୍
ପାଉନି ସନ୍ଧାନ।
ଦାନା ବାନ୍ଧି ବସିଥିଲା
ଚକ୍ରବାତ ପରି
ଉହାନ୍ ସହରରେ
ଲ୍ୟାଂଡଫଲ କରି ପଶିଲା
ସଂସାର ର କୋଣେ ଅନୁକୋଣେ ।।
ବ୍ୟାସାର୍ଧ୍ୱ ହେଲା ପରିବ୍ୟାପ୍ତ
ଅଷ୍ଟପଦୀର ଫଣା ବିସ୍ତାରି
କରାଳ ଗ୍ରାସ ଗ୍ରାସୀବାର
ସ୍ବପ୍ନଟା ବିଛୁରିତ କିରଣର
ଉତପ୍ତ ଛଟାରେ
ଦୋହଲାଇଲା ଜନଜୀବନ ।।
ଆସ୍ବସ୍ତିଵୋଧ ନାହିଁ ଏଠି
ସଂଜ୍ଞାହୀନ ମାନବ
ଅତ୍ୟାଚାରିତ ହେଉଛି
ଠାଏ ଠାଏ, ଦଫାଏ ଦଫାଏ,
କୁଢ଼ କୁଢ଼ ଶବର ଭାର,
ଶିକା ଛିଣ୍ଡି ଯାଉଛି,
ଦୁଇ ପାଦ ଭୂମିର ଅଭାବ
ମାଟି ଅବା ଦେବ କେଉଁଠି ।।
ନୂତନ ବର୍ଗ ସ୍ରୃଷ୍ଟି ସଂସାରେ
‘କରୋନା ଯୋଦ୍ଧା’
ମୁହୂର୍ତ୍ତେ ମୁହୂର୍ତ୍ତେ ସଂଗ୍ରାମ
କରେ ଜୀବନକୁ ବାଜି ଲଗାଇ,
ରାସ୍ତା ଘାଟ, ଲ୍ୟାବ ବା ହସ୍ପିଟାଲରେ।
ସଂସାର ମାୟା-ମୋହ ବଂଧନ ଛାଡ଼ି
ମୁକ୍ତ ଆକାଶର ବିହଙ୍ଗ ପରି
ଲଢ଼ନ୍ତି କରୋନା ଯୋଦ୍ଧାସବୁ।।
ଧନ୍ୟରେ ମଣିଷ! ତଥାପି
ଉଷତ୍ ର ସଂଧ୍ୟାରେ ମାତି
ନିଷ୍ଠୁର କଲିଜା ରୁ ରକ୍ତ ନିଗାଡି
ନିଷ୍ପାପ କରୋନା ଯୋଦ୍ଧା ପରେ
ବର୍ଷାଉ ଇଟା, ପଥର, ଲାଠି ଓ ଠେଙ୍ଗା
ତଥାପି ବଞାଇଛି ତା’ର ଛାତି
ତୋତେ କାଳର କରାଳ ଗର୍ଭରୁ
ଓଟାରି ଆଣି ମଧୁଶଯ୍ୟାରେ
ଥାପିବା ପାଇଁ।।
ପୁନଶ୍ଚ ମାନବ
ନୂତନ ଶବ୍ଦର ବିନ୍ୟାସରେ
ଗଢ଼ି ଉଠିଲା ସମାଜର ଢାନ୍ଚା।
ସୋସିଆଲ ଡିସ୍ଟାନ୍ସିଂଗ ତ
କେତେବେଳେ ଆଇସୋଲେସନ୍
କି କ୍ୟୁରେନ୍ଟାଇନ ଅବା ହାତ ଧୁଆ
କେମିତି ଥମିବ, କି
ହେବ ପ୍ରଶମିତ କରୋନା ପ୍ରକୋପ !
ଭୂତାଣୁ ର ନିଜ ସ୍ଵରୂପ
ପରିବର୍ତ୍ତନଶୀଳ ପୃଥିବୀର ସତହ ପରି
କରେ ପରିବର୍ତ୍ତନ,
ବୈଜ୍ଞାନିକ ଓ ବଇଦ ହୁଏ
ସଂଗ୍ୟାହୀନ,
ଦୁର୍ବାର ଇଏ, ମାନବର ଦୁର୍ବଳତା
ସଂଧାନ ପଛରେ ଭେକ୍ସିନ ।।
କରୋନା, ତମେ କହୁଛ
ଏବେ ତ ଯିବ .. ନା,
ରହିଥାଅ ହୋଇ କୁଣିଆ,
ଆମକୁ ତ ଛୁଇଁ ପାରିବ... ନା
ହାତ ଧୁଆ, ମାସ୍କ ପିନ୍ଧା ଆଉ
ଦୁଇ ଗଜ୍ ଦୂରୀ ଦେଖି
ତମେ ହେଉଥିବ ଛାନିଆ,
ଏମିତି ଚାଲିବ ଆମର ଦୁନିଆ ।।