କରୋନା ଚାଷ
କରୋନା ଚାଷ
ଭାରତ ମାଟିରେ କରୋନା ଚାଷ
ବିହନ ଦେଇଛି ଚାଇନା ଦେଶ ।
ଅଳପ ଦିନରେ ବେଶି ଅମଳ
ମନ ଇଚ୍ଛା ଯେତେ ତୋଳୁଛ ତୋଳ ।
ନିୟମ ନମାନିବା କାରଣ ମୂଳ
ଆଜି ପୋତିଦେଲେ କାଲିକି ଫଳ ।
ସେ ଫଳ ଖାଇଲେ ଦେହରେ ତାତି
ତା'ର ଆଶୀର୍ବାଦେ ହୁଅଇ କ୍ଷତି ।
ସଜାଗ ନହେଲେ ମିଳିବ ଶାସ୍ତି
ଅକାରଣେ ହେବ ଶ୍ମଶାନ ପ୍ରାପ୍ତି।