STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

କରୋନା ଆରତ

କରୋନା ଆରତ

1 min
171



କରୋନା ଆରତ କଷ୍ଟ ଅପ୍ରମିତ


ଶୁଣି ଶୁଣି କେ ବା ସହୁ,


ଏ ଜୀବନ ପଛେ କଷ୍ଟ ପାଉ ଥାଉ


ଜଗତ ମଙ୍ଗଳ ରହୁ।୧।

 

ଜଗତ କଲ୍ୟାଣେ ଅର୍ପଣ ଏ ପ୍ରାଣ


କରି ଦେଇ ଅଛି ମୁହିଁ,


ଜନଙ୍କ କଲ୍ୟାଣେ ସମର୍ପଣ ଭାବ


ଅଜାଡି ଦେଇଛି ମୁହିଁ।୨।


କରୋନା ଯନ୍ତ୍ରଣା ଅତି ଭୟଙ୍କର


ବୁଦ୍ଧି ଦିଶୁ ନାହିଁ କିଛି,


ଚିନ୍ତାରେ ଅଛନ୍ତି ଦେଶ ସରକାର


ବୁଝି ହେଉ ନାହିଁ କିଛି।୩।


ଦେଶର ପ୍ରଧାନ ଅତି ମହାନ


ଟିକା ଦେଉଛନ୍ତି ଜନେ,


ଦ୍ବିତୀୟ ଲହରୀ ଅତିହିଁ ପ୍ରଖର


ପ୍ରଭୁ ଚିନ୍ତୁ ଛନ୍ତି ଜନେ।୪।


ଜଗତର କର୍ତ୍ତା ବଡ଼ ଠାକୁର ସେ


ବିନତି କରନ୍ତି ଜନେ,


ସୁଦୟା କରିବେ ଜଗତ ଠାକୁର


ଆଶା ରଖିଛନ୍ତି ମନେ।୫।


>

କରୋନା ପ୍ରକପ ଦୂର କର ପ୍ରଭୁ


ଜଗତ ପାଳକ ତୁମେ,


ଆଖି ଚାହିଁ ଦେଲେ ଦୂର ହୋଇ ଯିବ


ସୁଦୟା କରହେ ତୁମେ।୬।


ବଡ଼ ଦେଉଳରୁ କୄପା ଦୄଷ୍ଟି ଦିଅ


ନ ରହୁ ଦୁଃଖ ଜନର,


ଚରାଚର ପୄର୍ଥୀ ତହରି ଇଙ୍ଗିତେ


ଗତୀମନ ନିରନ୍ତର।୭।


ଜଗନ୍ନାଥ ପ୍ରଭୁ କରୁଣା କରହେ


ଚିନ୍ତା ମୁକ୍ତ ହେଉ ଦେଶ,


କରୋନାର ଭୟ ଦୂର ହେଉ ଦେଶୁ


ନିରୋଗ କର ହେ ଦେଶ।୮।


କୄପାସିନ୍ଧୁ ପ୍ରଭୁ କୄପା କରି ଦିଅ


ମଙ୍ଗଳ ହେଉ ଦେଶର,


ଚିନ୍ତା ମୁକ୍ତ ହେଉ ଜନତା ମଧ୍ୟରୁ


ଆଶିର୍ବାଦ ଏହି କର।୯।


କରୋନା ଆରତ କଷ୍ଟ ଅପ୍ରମିତ


ଶୁଣି ଶୁଣି କେ ବା ସହୁ,


ଏ ଜୀବନ ପଛେ କଷ୍ଟ ପାଉ ଥାଉ


ଜଗତ ମଙ୍ଗଳ ରହୁ।୨୦।




Rate this content
Log in

Similar oriya poem from Tragedy