କରନାହିଁ ଅପକର୍ମ
କରନାହିଁ ଅପକର୍ମ


ସବୁ ଅନର୍ଥର ମୂଳରେ ମଣିଷ
ମିଛେ ଦିଏ ଭାଗ୍ୟ ଦୋଷ
ମୁଁ, ମୁଁ ହୋଇ ଆତ୍ମଗର୍ବେ ମାତି
କରେ ନିଜ ସର୍ବନାଶ ।
ବୁଝିପାରେ ନାହିଁ ପାଏ ଯେଉଁ ଦୁଃଖ
ଫଳ ତା ନିଜ କର୍ମର
ଭାଗ୍ୟରେ ମୋ ଥିଲା, ଦଇବ ସାଧିଲା
ଭାଳି ହୁଏ ନିରନ୍ତର ।।
ଧନ, ରୂପ, ଯଉବନର ମୋହରେ
ଧର୍ମ, କର୍ମ ଯାଏ ଭୁଲି
ଗର୍ବ, ଅହଂକାର ହିଂସା ଓ ସ୍ୱାର୍ଥରେ
ଦିଏ ସେ ନିଜକୁ ଜାଳି ।
ସମ୍ପତ୍ତି ଲୋଭରେ ରକ୍ତକୁ ଚିହ୍ନେନା
ଆଚରେ ଛନ୍ଦ, କପଟ,
ମାନବିକତାଠୁ ଯାଏ ସେ ଦୂରେଇ
ଆଦରେ ଘୃଣାର ବାଟ ।।
କୋଉ ଜନମର ଫଳ ମୁଁ ଭୋଗୁଛି...
ଭାବି ବୁଝାଏ ମନକୁ
ଏ ଜନ୍ମର ଫଳ ଏଇ ଜନମରେ
ପଡିଥାଏ ଭୋଗିବାକୁ ।
ସଂସାର ଯାକରେ ଶ୍ରେଷ୍ଠ ଜନ୍ମ ପରା
ଅଟେ ମଣିଷ ଜନମ....
ସ୍ୱାର୍ଥ ଲାଳସାରେ, କ୍ଷଣିକ ମୋହରେ..
କରନାହିଁ ଅପକର୍ମ...
କର ନାହିଁ ଅପକର୍ମ ।।