Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

କର୍ମ ହିଁ ଭଗବାନ

କର୍ମ ହିଁ ଭଗବାନ

2 mins
13



କର୍ମ ହିଁ ଜୀବନ କର୍ମ ଭଗବାନ 

କର୍ମ ବିନା ନାହିଁ ଗତି ମୁକ୍ତି

ବୁଝି ପାରିଥାଏ ଯାହର ଅନ୍ତର

ରଖିଥାଏ ସଦା କର୍ମେ ମତି ।


କର୍ମରେ ସାର୍ଥକ ମନୁଷ୍ୟ ଜନମ

କର୍ମେ ହୁଏ କେହି ଗରୀୟାନ

କର୍ମ ବଳେ ନର ଶୋଭେ ଯଶସ୍କର

ପ୍ରକଶିଣ ଗୁଣ ତେଜୀୟାନ ।


କର୍ମ ବଳେ ଆଜି ଅନ୍ତରୀକ୍ଷ ଭେଦି

ବିଜ୍ଞାନେ ତୋଳଇ ଜୟଜୟ

ମରତ ପାତାଳ କରି ଏକାକାର

ଜୀବନେ ନୂତନ ସୂର୍ଯ୍ୟୋଦୟ ।


ଯେଉଁ କରମରେ ଜଗତ ମଙ୍ଗଳ

ସେ ପଥରେ ଯିଏ ଧାବମାନ

ପାବନ ମନରେ କର୍ତ୍ତବ୍ୟ ନିଷ୍ଠାରେ

କରିପାରେ ନିଶ୍ଚିତ ସାଧନ ।


ନିନ୍ଦା ପ୍ରଶଂସାକୁ ନଧରି ମନରେ

କେବଳ କାମରେ ଦେଇ ଧ୍ୟାନ

ସଫଳ ମଣିଷ ଭାବରେ ଗଣିତ

ଗତି କରି ଉତ୍ଥାନ ପତନ ।


ଶ୍ରେଷ୍ଠ ବୋଲି କର୍ମଯୋଗକୁ ଶ୍ରୀକୃଷ୍ଣ

କହିଛନ୍ତି ଯେଣୁ ଗୀତା ଜ୍ଞାନେ

ଫଳ ଇଚ୍ଛା ଛାଡ଼ି କରିବାକୁ କର୍ମ

ଚିତ୍ତ ରଖି ତାଙ୍କ ଶ୍ରୀଚରଣେ ।


ଭରିବ କରମ ଯଥାର୍ଥ ପାଉଣା

ତୋଳି ସୁଫଳ ଧରିବା ହାତେ

ଜୁଇ ପରଯ୍ୟନ୍ତ ଲାଗିବା କର୍ମରେ

ଯେଉଁଟି କେବଳ ଜନ ହିତେ ।


ପ୍ରତିଟି କରମ ନାନା ଶିକ୍ଷା ଦେଇ

ଜୀବନକୁ କରେ ମହାଗରୁ

ସେଥିପାଇଁ ପରା ରେ ବାଇଆ ମନ

କରମ ତୋହର ନିଜ ଗୁରୁ ।


ଉତ୍ଥାନ ପତ୍ତନ କରମର ଫଳ

ଭଲ କର୍ମ ବଢ଼ାଏ ସାହସ

ପଛଘୁଞ୍ଚା କେବେ ନଦେଇ ସେଥିରୁ

ଅରଜନ କର ଖ୍ୟାତି ଯଶ ।।


Rate this content
Log in

Similar oriya poem from Inspirational