କରିବନି ପ୍ରଭୁ ତୁମେ ରୋଷ
କରିବନି ପ୍ରଭୁ ତୁମେ ରୋଷ


ସଂସାର ଜଞ୍ଜାଳେ ମାୟାର କବଳେ
ଭୁଲିଲି ହରି ନାମ ପିୟୁଷ
ଅଲୋଡା ବୟସେ ଡାକୁଛି ସାହାସେ
କରିବନି ପ୍ରଭୁ ତୁମେ ରୋଷ ॥୦॥
ଦେଖୁନି ନିଜର କେହି ଏଠି ମୋର
କି ଲାଭ ସେ ଧନଜନ ଯଶ
ମରଣର ଶେଯେ ଶୋଇଶୋଇ ହେଜେ
ଆଜି ଏଠି ତୁମ ନିତ୍ୟ ଦାସ
ମାରିଲେ ମାରିବ ତାରିଲେ ତାରିବ
ତୁମେ ଏକା ମୋର ପୀତବାସ ॥୧॥
କ୍ଷମା ସିନ୍ଧୁ ମୋର କ୍ଷମା ମୋତେ କର
ଭୁଲି ଅଧମର ସବୁ ଦୋଷ
ତୁମ୍ଭେ ମୋର ପ୍ରଭୁ ତୁମ୍ଭେ ମୋର ସବୁ
ତୁମ୍ଭେ ମୋ ନିଶ୍ବାସ ପ୍ରଶ୍ବାସ
ଗଲା ବେଳେ ଜୀବ କୋଳେଇ ତ ନେବ
ତୁମ୍ଭେ ହି ମୋ ଅଟଳ ବିଶ୍ବାସ॥୨॥