STORYMIRROR

Panchanan Jena

Fantasy

4  

Panchanan Jena

Fantasy

କରିବା ଗୁହାରୀ

କରିବା ଗୁହାରୀ

1 min
5

କବିତା - କରିବା ଗୁହାରୀ
ରଚନା - ପଞ୍ଚାନନ ଜେନା
 ତାରିଖ -୨୫-୧୦-୨୦୨୫
++++++++++++++++
 ଆଶାର ଅକ୍ଷାଂଶରେ ରାତିଦିନ ଘୁମନ୍ତ
ପୃଥିବୀ ପରି
ଇଚ୍ଛାର କକ୍ଷପଥେ ସବୁଦିନ ହସନ୍ତ
 ଋତୁଚକ୍ର ପରି
 ସ୍ଵପ୍ନର କି ହେବ କିଣା ବିକା ?
 ମଲାଜନ୍ମ ପରି ଦିଶେ ଫିକା ଫିକା
 ପାଣିଚିଆ ହଷ୍ଟେଲ ଡ଼ାଲି ତରକାରୀ ପରି

 କୁହାଯାଇ ପାରେ
ଇଚ୍ଛାବିଦ୍ଧ ପରାଣ ରାଣ ମାନେ
ଆଶାବନ୍ଧା କପୋତ କପୋତୀ ମାନେ
ବୃଥା ଆସ୍‌ଫାଳନ କରିଲେ ଭାବିଲେ ରାବିଲେ
 ଆକାଶ କଇଁଆ ଚିଲିକା ମାଛ ପରି
ଅରଣ୍ୟ ରୋଦନ କ୍ରନ୍ଦନ ପରି
 ଖରାବେଳିଆ ଦିବାସ୍ୱପ୍ନ ପରି
ଫମ୍ପା ମାଠିଆ ପରି ବେଶି ପାଟିହୁରି
 ଚିତ୍ ପଟାଙ୍ଗ ମାରିବେ
 କଷ୍ଟ ପାଇବେ ଦଣ୍ଡ ପାଇବେ
ସ୍ବପ୍ନ ସାଗର ଗର୍ଭରେ ଲୀନ ବିଲୀନ ତୁନି ମହୁରୀ

 ଆଶା ପରା ଅସରନ୍ତି ଆକାଂକ୍ଷା ମହ୍ଲାର
ଇଛା ଆହୁରି ଚାରି ପାଦ ଆଗୁଆ ଆଗୁସାର
 ପବନ ପିଠିରେ ବସି
 ଗୁନ୍ଥି ପାରନ୍ତି ଇଚ୍ଛାମତୀର ଅବାସ୍ତବ ଫୁଲହାର

 ଆଶା ବଲ୍ଲରୀ ଧରି
କରିବାକୁ ହେବ ବାସ୍ତବିକ ଉଦ୍ୟମ ଜାରି
ମାରିବାକୁ ହେବ
 ଅକାଳେ ସକାଳେ ଗଜୁରି ଉଠୁଥିବା
 ଅବାସ୍ତବ ଜିଦାଜିଦ୍ ସବୁରି
 ବହୁତ ହେଲା କୁହୁଡି ପହଁରା ପଇଁତରା
 ଅସଲ ତେଲ ଲୁଣର ଜୀବନ ଜିଇଁବା ସର୍ବୋପରି

 ଇଚ୍ଛା କଟୁରୀ ଧରି
 କାଟିବାକୁ ହେବ ଅୟୁତ ନିୟୁତ
କଳ୍ପନା କଲ୍ଲୋଳିତ ଅବାନ୍ତର ହୁରି
ଛାଟିବାକୁ ହେବ
 ଅଗଣିତ ଅମାନିଆ ଉଦଣ୍ଡିଆ ଆଇଗଣିଆ ସୁଆଁ କିଆରି
ବହୁତ ହେଲା ରାତି ଉଜାଗର ଜୋତ୍ସ୍ନା ବିହାର
 ସତ ସତିକା ସାତ୍ୟକି ସାଜି
ସତ୍ୟ ଶିବ ସୁନ୍ଦର ଆରାଧନା କରିବା ଗୁହାରୀ


Rate this content
Log in

Similar oriya poem from Fantasy