Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Children

3.4  

sumanta behera

Children

କରିବା ଚାଲ ଘର

କରିବା ଚାଲ ଘର

1 min
273


ଆସରେ ପିଲେ     ଗଣିବା କାଠି

    ଖେଳିବା ଆମେ ଖେଳ ।

କାଠିକୁ ଗଣି      ମିଶାଇ ଦେବା

     କରିଣ ତାକୁ ମେଳ ।।


ରାମ ପାଖରେ     ଗୋଟିଏ କାଠି

     ହରି ପାଖରେ ଦୁଇ ।

କୁନା ପାଖରେ      ଅଛି ତିନୋଟି

     ଶ୍ୟାମ ପାଖରେ ନାହିଁ ।।


ଶ୍ୟାମକୁ ଦେଲେ    ରାମ ଓ ହରି

      କାଠି ମିଶାଇ ଦେଇ ।

ଶ୍ୟାମ ପାଖରେ    କେତୋଟି କାଠି

     ଥିବରେ ପିଲେ ହୋଇ ।।


କାଠିକୁ ଗଣି      ଶ୍ୟାମ କହିଲା

    ତିନୋଟି ମୋର ହେଲା ।

ସେହି ତିନୋଟି     କାଠିକୁ ଶ୍ୟାମ

    ମିତାକୁ ଦେଇ ଦେଲା ।।


ମିତା ପାଖରେ     ଥିଲା ଚାରୋଟି

      ମିଶିଲା ତିନି ପୁଣି ।

ଚାରିରେ ତିନି     ମିଶିଲେ କେତେ 

     କୁହରେ ପିଲେ ଗଣି ।।


ସାତଟି ହେଲା     ମୋର ବୋଲିଣ

      ଉତ୍ତର ଦେଲା ମିତା ।

ସେହି ସାତଟି       କାଠିକୁ ପୁଣି

     ସଂଗହ କଲା ସୀତା ।।


ସୀତା ପାଖରେ      ଥିଲା ପାଞ୍ଚଟି 

       ମିଶିଲା ସାତ ଏବେ ।

ପାଞ୍ଚରେ ସାତ     ମିଶିଲେ କେତେ

     କୁହରେ ପିଲେ ତେବେ ।।


ସବୁ ଗଣିକି        ସୀତା କହିଲା

     ବାରଟି ହେଲା ମୋର ।

ଗୁରୁ କହିଲେ        ସଭିଏଁ ଭଲ

      କରିବା ଚାଲ ଘର ।।


କାଠିକୁ ନେଇ       ପିଲାଏ ଘର

      କଲେ ଆନନ୍ଦେ ହସି ।

ଖେଳ ମାଧ୍ୟମେ      ମିଶାଣ ଶିଖି

      ହେଲେ ସଭିଏଁ ଖୁସି ।।


Rate this content
Log in