Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ajit Kumar Raut

Inspirational

3  

Ajit Kumar Raut

Inspirational

କରେ ଆଶିର୍ବାଦ ଜନ୍ମଦିନେ

କରେ ଆଶିର୍ବାଦ ଜନ୍ମଦିନେ

1 min
161



ମଙ୍ଗଳ କରିବେ ପ୍ରଭୁ ଜଗନ୍ନାଥ

ବୋହୁ ଜନ୍ମଦିନ ମୋର 

ଦାମ୍ପତ୍ୟ ଜୀବନ ହେଉ ସୁଖମୟ

ରହୁଟି ଖୁସି ସଂସାର।


ରହୁ ଆଶିର୍ବାଦ ଗୁରୁଜନଙ୍କର

ଆଶୀର୍ବାଦଟି ଦୁର୍ଗାଙ୍କ 

ପିତୃପୁରୁଷଙ୍କ ଆଶିର୍ବାଦ ରହୁ

ରହୁଟି ରାଧାକୃଷ୍ଣଙ୍କ।


କରିବେ ମଙ୍ଗଳ ପ୍ରଭୁ ସେ ଶଙ୍କର

ବିନତି ତାଙ୍କ ଚରଣେ 

ସବୁ ଖୁସି ମିଳୁ ବୋହୁକୁ ମୋହର

କରୁଛି ଭକ୍ତି ଚରଣେ।


ଅଭିଳାଷ ପୂର୍ଣ୍ଣ କର ଜଗନ୍ନାଥ

ଆନନ୍ଦେ ବିତୁ ସଂସାର 

ରହୁ ଲକ୍ଷ୍ମୀପୂର୍ଣ୍ଣ ଗୃହଟି ତାଙ୍କର

ସମ୍ମାନ ହେଉ ତାଙ୍କର।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ବୋହୁ ଜନ୍ମେଦିନେ ମୋର 

ଜୀବନେ ତାଙ୍କର ସବୁ ସୁଖ ମିଳୁ

ନିତ୍ୟେ ଆଶିର୍ବାଦ ମୋର।


ଅଜାଡି ଦେବେଟି ଆନନ୍ଦ ଓ ସୁଖ

ଶକ୍ତିରୂପା ମାଆ ଦୁର୍ଗେ 

ଦାରୁବ୍ରହ୍ମଙ୍କର କରୁଣାଟି ଥିବ

ଜୀବନ ଯାତ୍ରାର ଆଗେ।


ଗୃହରେ ଟି ଖୁସି ଆନନ୍ଦ ଉତ୍ସବ

ଗୁଞ୍ଜୁ ଅଛି ଶଙ୍ଖନାଦ 

ବହୁ ଜନ୍ମଦିନେ ପଡେ ହୁଳହୁଳି 

ତହିଁ ମୃଦଙ୍ଗର ନାଦ।


ନାଚନ୍ତି ବାଳକେ ମନ ଆନନ୍ଦରେ

ନୂଆ ବହୁ ଜନ୍ମଦିନେ 

ନୂଆ ନୂଆ ଗୃହେ ବନୁଛି ବ୍ୟଞ୍ଜନ

ଶାଶୁଘର ଜନ୍ମଦିନେ।



Rate this content
Log in