Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

କର ନାହିଁ ମୋତେ ଭୋଗୀ

କର ନାହିଁ ମୋତେ ଭୋଗୀ

1 min
132


ଶରୀର ରୂପକ ନନ୍ଦନ ବନର

ତୁମେ ପ୍ରଭୁ ପାରିଜାତ

ହୃଦୟ ବେଦୀରେ ବସାଇ ଯତନେ

ମଥା ମୋ କରିଛି ନତ ।

ଭକତି ମନରେ ନୟନ ନୀରରେ 

ଜ୍ଞାନର ପ୍ରଦୀପ ଜାଳି

ବସୁଧା ରେଣୁକୁ ଚନ୍ଦନ କରିଛି

ଦେହରେ ମୋହର ବୋଳି ।

ମନକୁ ମୋହର କରି ବଇକୁଣ୍ଠ

ଲକ୍ଷ୍ମୀ ନାରାୟଣ ସେବି

ପବନ ଆହାର କୋଟି କଇବଲ୍ୟ

କି ଉପମା ତା'ର ଦେବି ।

ବିବେକ ସମାନ ଜାଗ୍ରତ ପ୍ରହରୀ

ରହିଛି ତାହାକୁ ଜଗି

କରେ ମୁଁ ଗୁହାରି ଆହେ ଗିରିଧାରୀ

କରନାହିଁ ମୋତେ ଭୋଗୀ ।


Rate this content
Log in