Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Abstract

3  

Narendra Prasad Behera

Abstract

କର ନାହିଁ ଆଉ ଟାଣ

କର ନାହିଁ ଆଉ ଟାଣ

1 min
170



ଡାକିଡାକି ମୋର   ଶୁଖିଲାଣି କଣ୍ଠ

     ଦେଖାଦିଅ ଚକାଡୋଳା

କେତେଦିନ ଆଉ   ଡାକିବି ତୁମକୁ

     ଗଡି ଯାଉଅଛି ବେଳା ।୧।


ଦିନ ଗଲାପରେ   ସଞ୍ଜ ଆସିଥାଏ

     ଆକାଶେ ଦିଶଇ ତାରା

ଖୋଜୁଛି ତୁମକୁ   ଦର୍ଶନ ପାଇଁ କି

     କାହିଁକି ଦେଉନ ଧରା ।୨।


ଜଗତ ବାସୀଙ୍କ    ଦୁଃଖ ବୁଝିବାକୁ

     ଶ୍ରୀକ୍ଷେତ୍ରେ କରିଛ ଘର

ଆଜି କାହିଁ ପ୍ରଭୁ    ହେଉଛ ନିଷ୍ଠୁର

     ଶୁଣିବାକୁ ଦୁଃଖ ମୋର ।୩।


ହୁଅନି ଅବୁଝା    ହେ କଳାଠାକୁର

    ନେତ୍ରଖୋଲି ଥରେ ଦେଖ

ବେଳୁବେଳୁ ଦୁଃଖ   ହୁଏ ଅସମ୍ଭାଳ

      ମିଳୁନାହିଁ ଟିକେ ସୁଖ ।୪।


ଅନ୍ଯାୟ ଅନୀତି   ଚୋରି ଡକାୟତି

     ବଢିବଢି ଚାଲେ ଆଜି

ମଣିଷ ଭାବୁଛି    ସବୁଠୁ ଚାଲାକ

    ପାଇବେନି କେହି ଖୋଜି। ୫।


ହତ୍ୟା ଓ ଲୁଣ୍ଠନ   ନାରୀ ଅସମ୍ମାନ

     ପାଇଁ ଦେଉଛନ୍ତି ମନ

କଳୁଷିତ ଆଜି    ହେଉଛି ସମାଜ

     କିପରି କଟିବ ଦିନ ।୬।


ଉପଯୁକ୍ତ ଶିକ୍ଷା    ଦିଅ ସେମାନଙ୍କୁ

    ଆହେ ପ୍ରଭୁ ଚକାଡୋଳା

ହାତେ ଖଡ୍ଗ ଧରି   କର ବିଚରଣ

     ହିଂସ୍ରଙ୍କର ବୁଡୁ ଭେଳା ।୮।


ତୁମେ ନ ଚାହିଁଲେ   ମଣିଷ ସମାଜ

    ଧ୍ବଂସ ହେବ ଦିନେ ଜାଣ

ଆସ ଅବତରି    ରତ୍ନ ସିଂହାସନୁ

    କର ନାହିଁ ଆଉ ଟାଣ ।୯।


ଜଗତ ଯାକର   ଗୋଟିଏ ଦେବତା

    ନୀଳଗିରି କ୍ଷେତ୍ରବାସୀ

କର ହସ୍ତକ୍ଷେପ   ବଞ୍ଚିବ ସମାଜ

     ସମସ୍ତେ ହୋଇବେ ଖୁସି ।୧୦।




Rate this content
Log in

Similar oriya poem from Abstract