କନ୍ୟାଭୃଣ କହେ, ତଥାପି ବି ମାଁ
କନ୍ୟାଭୃଣ କହେ, ତଥାପି ବି ମାଁ


ମୋତେ ତୁମେ ଦେଲନି ସୁଯୋଗ
ସୁର୍ୟୋଦୟର ପ୍ରଥମ ଆଭା ଦେଖିବାକୁ
ସେହି ଅନ୍ଧକାର ଗର୍ଭାଶୟରେ
ମାରିଦେଲ ମୋତେ
ବିଷାକ୍ତ ଔଷଧ ଦେଇ
କିମ୍ବା ଅତ୍ୟାଧୁନିକ ସୁଦର୍ଶନ ଚକ୍ରେ !!
ଆଧୁନିକା ଶୁଶିକ୍ଷିତା ତୁମେ
ତୁମେ ଶରୀରରେ ସାକ୍ଷାତ ଲକ୍ଷ୍ମୀ
ଓ କଣ୍ଠରେ ମାତା ସରସ୍ବତୀ ବାସ କରନ୍ତି
ତଥାପି କେମିତି ତୁମେ ଜାଣି ପରିଲନି
ମୁଁ ତୁମର ବିଖଣ୍ଡିତ ପିଣ୍ଡ ବୋଲି ମାଁ
ମୋ କୁଆଁ କୁଆଁ ଡାକ ଶୁଣି
ନିଜ ଛାତିରେ ଜାବୁଡି ଧରିବା ବଦଳରେ
ମୋତେ ଫିଙ୍ଗି ଦେଲ କେଉଁ ଏକ
ଅଳିଆ ଗଦାରେ
ଅବା ଛାଡି ଆସିଲେ
କେଉଁ ଏକ
ହସ୍ପିଟାଲର ବାରଣ୍ଡାରେ !!
ମାଁ,
କହିକି ପାରିବ ତୁମେ
ସବୁ କଣ ସେହି ଧନ ଲୋଭି
କାମ ଲୋଭି ପୁରୁଷର ଦୋଷ
ଯିଏ ତୁମକୁ ହାତ
ଧରି ବାହା ହେଲା
ଆଉ, କନ୍ୟା ବଦଳରେ
ଚାହିଁଲା କେବଳ ପୁତ୍ର ସୁଖ
ଅବା ଆଜିର ଏ
ସମାଜରେ ସ୍ୱାଧୀନଚେତା ହୋଇ ବି
ମାଦକ ଯୌବନ ସ୍ପର୍ଶରେ
ହେଲେ ତୁମେ ଉତ୍ସୃଙ୍ଖଳ
ଆଉ କ୍ଷଣିକ କାମାଗ୍ନିକୁ
ଶାନ୍ତ କରିବାକୁ ଯାଇ
ହେଲ ତୁମେ ଅନ୍ତଃସତ୍ଵା କୁଆଁରୀ
ବୟସେ !!
ହେଲେ ମୋର କଣ ଦୋଷ ଥିଲା ମାଁ
ମୁଁ ପରା ଅମୃତର ସନ୍ତାନ
ବିଷ ଦେଇ ମାରିଦେଲ
ସେହି ଗର୍ଭାଶୟରେ
ଅବା ତଣ୍ଟି ଚିପି ଫୋପାଡ଼ିଦେଇ ଆସିଲେ
କେଉଁ ଏକ ନାଳ ନର୍ଦ୍ଧମାରେ
ମୋ ଜନମ ପରେ !!
ତଥାପି ବି ମାଁ ;
ଯଦି ମୃତ୍ୟୁ
ପରେ ପୁନର୍ଜନ୍ମ ସତ୍ୟ
ଆଉ ଏ ଆତ୍ମା ଅମର
ମୁଁ ନିଶ୍ଚୟ ଜନ୍ମ ନେବି
ଆଉ କେଉଁଠାରେ
ଯେଉଁଠି ନଥିବ ପୁତ୍ର କନ୍ୟାର ବାସନ୍ଦ
ଯେଉଁଠି ନଥିବେ କେହି ଯୌତୁକ ଦାନଵ
ଯେଉଁଠି ନଥିବେ ଶୁଶିଖିତ ନାମରେ
ଉତ୍ସୃଙ୍ଖଳ ସମାଜର ଉଦ୍ଧତ ମାନବ
ଆଉ??
ଆଉ ;
ଯେଉଁଠାରେ ହେଉ ଥିବ
ଶୁଭ ଶଙ୍ଖ ଧ୍ୱନି
ଶିଶୁ କନ୍ୟାଟିର
ଧରାବତରଣର କେଇ କ୍ଷଣ ପରେ !!