Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Classics

5.0  

Sukanti Hotta

Classics

କନ୍ୟା ରତ୍ନ

କନ୍ୟା ରତ୍ନ

1 min
409


କନ୍ୟା ଭୃଣ ହତ୍ୟା ଅଟେ ମହାପାପ

ଅଜ୍ଞାନୀ ହିଁ କରିଥାଏ

ଜ୍ଞାନୀ ଗୁଣୀ ବ୍ୟକ୍ତି କନ୍ୟାରତ୍ନ ପାଇ

ଆନନ୍ଦେ ବିଭୋର ହୁଏ l


ଜନନୀ ଭଗିନୀ ଜାୟା ଅଟେ ସିଏ

ସଂସାର ମଧ୍ୟରେ ଶ୍ରେଷ୍ଠ

ନାରୀଙ୍କୁ ସନମାନ ଯିଏ କରୁଥାଏ

ପାଏନି ଜୀବନେ କଷ୍ଟ l


କନ୍ୟାରତ୍ନ ପରି ରତ୍ନ କିଛି ନାହିଁ

ସଂସାରେ ଅଟେ ଦୁର୍ଲଭ

ଭାଗ୍ୟବାନ ବ୍ୟକ୍ତି ରତ୍ନ ପାଇଥାଏ

ଜୀବନ ହୁଏ ସୁଲଭ l


ସ୍ନେହ ପ୍ରେମର ଭଣ୍ଡାର ଅଟେ ସେ

ଘରକୁ କରେ ମନ୍ଦିର

ଦୟା କ୍ଷମା ଆଉ ସର୍ବ ସଂହା ସିଏ

ସୁଗୁଣର ଗନ୍ତାଘର l


ଝିଅ ନଥିଲେ ଘର ଶୋଭା ନାହିଁ

ଘରର ଲକ୍ଷ୍ମୀ ସିଏ

ମାଆ ବାପାଙ୍କର ସୁଖଦୁଃଖର

ସାଥୀ ହୋଇ ରହିଥାଏ l


ଜନନୀ ଭଗିନୀ ଜାୟା ସାଜି କରି

ସଭିଙ୍କୁ ଆପଣା କରେ

ସୁଯୋଗ୍ୟ ସନ୍ତାନ ଗଢ଼ି କରି ସିଏ

ଘରେ ସୁଖଶାନ୍ତି ଭରେ l



Rate this content
Log in