STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

କନ୍ୟା ଙ୍କ ଉପଲକ୍ଷେ

କନ୍ୟା ଙ୍କ ଉପଲକ୍ଷେ

1 min
277



ଯୁଗେ ଯୁଗେ କନ୍ୟା ଅଟଇ ଯେ ଧନ୍ୟା ଶାସ୍ତ୍ର ରେ ଅଛି ପ୍ରମାଣ 

ଗାର୍ଗୀ,ମୈତ୍ରେୟୀ ଓ ଅନୁସୟା ସତୀ ,ଅରୁନ୍ଧତୀ ଥିଲେ ଜାଣ ।


ଥିଲେ ମହା ସତୀ ସାବିତ୍ରୀ ଯେ ଦୁଇ କୁଳର ସେ ଥିଲେ ହିତା ।

ସେଥିପାଇଁ କନ୍ୟାଙ୍କର ଅନ୍ୟ ନାମ ଅଟଇ ପରା ଦୁହିତା ।


ଦୁଇକୁଳର ଯେ ହିତ ପାଇଁ ପରା ଅଟେ ଦୁହିତା ଜନମ

ଅହଲ୍ୟା,ଦ୍ରୌପଦୀ,ତାରା, ମନ୍ଦୋଦରୀ,କୁନ୍ତୀ ପଞ୍ଚସତୀ ନାମ।

 

ଭଞ୍ଜଯୁଗରେ ନାରୀ ମାନଙ୍କୁ ଭୋଗ୍ୟ ବସ୍ତୁ ରୁପେ ଗଣା କରି 

ଖେଳନା କଣ୍ଢେଇ ପରିକା ସଜେଇ ରଖି ଥିଲେ ଯତ୍ନ କରି ।


ଏ ଯୁଗରେ କିନ୍ତୁ କନ୍ୟାମାନେ ସବୁ ପୁତ୍

ରଙ୍କ ଠାରୁ ଅଧିକ

ପାଠପଢା ଠାରୁ,କ୍ରୀଡା,କୌଶଳ ଯେ ଆକାଶରେ ବୈମାନିକ ।


କନ୍ୟା ଆଗଧାଡିର ଦର୍ଶକ ଅଟେ ଜୀବନ ରଙ୍ଗ ମଞ୍ଚରେ

ତାଙ୍କ ଅଧିକାର ତାଙ୍କୁ ଦେଲେ ସର୍ବେ ରହିବା ଯେ ଆନନ୍ଦରେ ।


ଜନନୀ, ଭଗିନୀ, ଜାୟା, ରୁପେ ନାରୀ ଅବତାର ଅଟେ ଜାଣ

ନାରୀକୁ ସମ୍ମାନ ମିଳେ ଯେଉଁ ଠାରେ ତହିଁ ବିଜେ ନାରାୟଣ ।


ନାରୀ ଅପମାନେ ସ୍ୱର୍ଣ୍ଣ ଲଙ୍କା ଜଳି ପୋଡ଼ି ହେଲା ଛାରଖାର

କୁରୁବଂଶ ଧ୍ଵଂସ ହୋଇଯାଇଥଲା ଅଛି ମହା ଭାରତର ।


ତ୍ୟାଗ, ଆଦର୍ଶ ଓ ସହନଶିଳତା ରହିଛି ତା ଠାରେ ପୁରି 

ମାତୃସ୍ୱରୁପିଣି ସେ ଆଦି ଜନନୀ ଜନ୍ମ୍ୱ ଭୂମି ବସୁନ୍ଧରୀ ।


Rate this content
Log in