କନ୍ୟା ବିନା ପୃଥିବୀ ଅଟେ ଶ୍ମାଶନ
କନ୍ୟା ବିନା ପୃଥିବୀ ଅଟେ ଶ୍ମାଶନ
ଯେଉଁ ସମାଜେ ନାହିଁ କନ୍ୟାର ସମ୍ମାନ
ସେହି ସମାଜ ଆମ ପାଇଁ ଅଟେ ଶ୍ମାଶନ ।
କନ୍ୟାପାଇଁ ଚାଲୁଛି ସଭିଙ୍କ ଜୀବନ
କନ୍ୟା ବିହୁନେ ସବୁଅଟେ ଯେ ନିଶ୍ଚିହ୍ନ ।
କନ୍ୟା ସଂସ୍କୃତି ଓ ସଭ୍ୟତାର ପ୍ରତୀକ
ନଦିଅ କଷଣ ତାକୁ ନଦେଲେ ଯୌତୁକ ।
ନାରୀ ବିନା ନାହିଁ ଆମର ସତ୍ତା ଆଉ ଜନମ
ଏତ ଯୁଗେ ଯୁଗେ ଅଛି ବିଧାତା ରଚିଛି ନିୟମ ।
କନ୍ୟା ଆମର ଅଟେ ସେହି ବିଚିତ୍ର ମଞ୍ଜି
ବଂଶକୁ ଆଗକୁ ନିଏ ଦୁଃଖ ଓ ଲୁହରେ ଭିଜି ।
ପୁରୁଷ ଜୀବନର ଆଧାର ଅଟେ ଏହି ନାରୀ
କେତେବେଳେ ମା ଭଉଣୀ ଓ ସହଧର୍ମିଣୀ ।
ନାରୀବିନା ପୃଥିବୀଅଟେ ଯେ ଅଧା ଗଢ଼ା
ନାରୀ ଜୀବନରେ ଗଢେ ପ୍ରତ୍ୟେକ ପାଖୁଡା ।
ସେତ ସୃଷ୍ଟି କରେ ସମାଜରେ ସଂସ୍କାର ଓ ପୂର୍ଣ୍ଣତା
ତାର ବ୍ୟତିରକେ ପୁରୁଷର କିଛି ନଥାଏ ସତ୍ତା ।
ଯେତେବେଳେ ଯାଏ ନାରୀ ସହୁଥିବା ସବୁ ଅତ୍ୟାଚାର
କେବେ ସମାଜରେ ନହେବ ଉର୍ନତି ଆଉ ଉପକାର ।
ଆମେ ଆସ ବଦଳାଇବା ଏଇ ସମାଜର ରୀତି ନୀତି
ପୁତ୍ର କନ୍ୟା ହୋଇଥାନ୍ତି ଦୁହେଁ ଦୁହିଁଙ୍କର ସାଥୀ ।
ଯେଉଁ ସମାଜ ନାରୀକୁ ଉପଭୋଗ୍ୟ ବୋଲି ଚିନ୍ତିଛି
ସେ ସମାଜ ସର୍ବଦା ମିଥ୍ୟା ଦଗ୍ଧ ଗ୍ରସ୍ତ ସର୍ବଦା ହୋଇଛି ।
ନାରୀ ପୃଥିବୀର ଶାନ୍ତି ମୈତ୍ରୀ ଓ ଶୀତଳତାର ସ୍ତର
ତାଙ୍କୁ ଦେବା ସମ୍ମାନ ଆଉ ସମାନ ଅଧିକାର ।
କନ୍ୟା ବିହୁନେ କିପରି ହେବ ନୂଆ ଯୁଗର ନିର୍ମାଣ
ଆମ୍ଭକୁ ଏହି ବାଣୀର କେବେ ହେବ ଯେ ଜ୍ଞାନ ।