କଣ୍ଟକିତ ପଥ
କଣ୍ଟକିତ ପଥ
କଣ୍ଟକିତ ପଥେ ପଡିଥିଲି ଦିନେ ଲହୁ ଓ ଲୁହାଣ ହୋଇ,
କାହୁଁ ଆସି ତୁମେ ଉଠାଇଲ ମତେ ହାତ ରେ ସାହାରା ଦେଇ।
ଚାରିଆଡୁ ଲହୁ ଝରୁଥିଲା ମୋର,ପୋଛିଲ ପ୍ରେମ ପରଶେ,
ବାନ୍ଧିଦେଲ ମୋର କ୍ଷତ ଶରୀର କୁ ତୁମରି ପ୍ରେମ ର ଫାଶେ।
ହୃଦୟେ ଭରିଲ ପ୍ରେମ ର ବତାଶ ମନ ରେ ସ୍ନେହ ର ବାଆ,
ଭୁଲାଇଲ ମୋର ଶରୀର କଷଣ ହେଇ ଯାଇ ପାଶେ ଠିଆ।
ଦିନ ବିତିଗଲା କେମିତି ଜାଣିନି ତୁମ ପ୍ରେମ ଜାଲେ ଫଶି,
ବଶ ହେଇ ଥିଲି ତୁମରି ପ୍ରେମ ରେ, ସେ ସବୁ ହେଜୁଚି ଆଜି।
ଦିନ ମାସ ବର୍ଷ ନିମିଷେ ବିତିଲା,ସମୟ ଜଣା ନ ପଡିଲା,
ଛାଡିଦେଲ ହାତ ବାଟ ମଝିଟାରେ ମନ ମୋର ମରିଗଲା।
ହାତ ଛାଡିଦବ ବୋଲି ଭାବିଥିଲ ଯଦି ଉଠାଇ ଥିଲ ତ କାହିଁ?
ଦେହ ମନ ସାଂଗେ ହୃଦୟ ବିନ୍ଧିଲା ଆଉ ଉଠି ପାରୁ ନାହିଁ।