Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Others

3  

Prafulla Das

Others

କଣା

କଣା

1 min
206



ହେଇ ଗୋଟେ ଧରାପଡିଲା  

ଟିଭି ଟାକୁ ଚାହିଁ

ସ୍ୱଗୋକ୍ତି କଲା ମନୁଆ ମାଝୀ

ସୁଖିଲା ରେ ବାଳିଆ ଧରିଲ ନା କଣ ?

ପେଜ ଗାଳୁ ଗାଳୁ  

ମନୁଆ ସ୍ତ୍ରୀ ପଚାରିଲା ହୋଇ ତାଟକା l

    

ସେତେବେଳେ ରାତି ସାତଟା ନାଇଁ ମ

ଡ଼ାକ୍ତର ଇଞ୍ଜିନିୟର, ଫରେଷ୍ଟର

ତହସିଲଦାର, କିରାଣୀ କି ଛାର ପିଅନ

 ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ

 କୋର୍ଟ ଚାଲାଣ

 ଟିଭି ଖୋଲ ଏବେ ନ୍ୟୁଜ ସବୁଦିନ l


 କୂଳ କିନାରା ପାଉନଥିଲେ

 ଗେରସ୍ତ ଭାରିଜା ଦି ଜଣ

 ଯେତବଡ଼ ଦଳ ପୋଖରୀ ରୁ ଦଳ ଛଡେଇ

 ପଙ୍କ ରୁ ବୁଢ଼ା ଶେଉଳ ଧରିବାର

 କାଇଦା  ମନୁଆ କୁ ଜଣା

 ରୋହି ଭାକୁଡ଼ କଣ ?

 ଦଣ୍ଡିକିରି ବି ମାରିଵେ ଛୁ  

 ଯଦି ଜାଲରେ ଥିବ କଣା l


 ସମ୍ପତ୍ତି ବୋଇଲେ !

 ପୁଅଟେ ଝିଅ ଟେ

 ଆମର ମାଡ଼ି ଯାଉଛି କଣ ?

 ଗେରସ୍ତ ଭାରିଜା ଦି ଜଣ l



Rate this content
Log in