STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

କଣ କରିଥିଲ କହିବି ନାହିଁ

କଣ କରିଥିଲ କହିବି ନାହିଁ

1 min
390



ଯେତେବେଳେ ଯାହା 

ସେତେବେଳେ ତାହା 

ଆଣିଦେଇଛନ୍ତି ବାପା 

ନହୋଇ କେଵେ ଖପା 

ଯେତେବେଳେ ଯାହା ସୁପାରିଶ

 ମୋ ପାଇଁ କରିଛି ବୋଉ 

କେମିତି କହିବି କରିନାହଁ କିଛି 

ବାପା ପଢ଼େଇଲେ 

ବୋଉ ବଢ଼େଇଲା 

ଶିଖାଇଲେ କେତେ କଥା 

ଆଜି ମୋ ମୁଣ୍ଡକୁ ହାତ ପାଇଗଲା 

ଛାଡିବି କେମିତି ତାଙ୍କ ବରଦାନସବୁକୁ 

ମୋ ଭାଗ୍ୟ ମତେ ନେଉଛି ଟାଣି 

ସେ ଦୁହେଁ ମୋତେ ଟାଣି 

ଧରାଇଲେ ଭାଗ୍ୟଡୋରି 

କର୍ମ କରି ଯା ଉତୁରି ବତୁରି 

ଭୁଲିବି କେମିତି 

ନଈ ଶିଖାଇଲା ବହିଯିବୁ କରି ଦାନ 

ଗଛ ଶିଖାଇଛି କରିଯିବୁ ପୁଣ୍ୟ 

ପାହାଡ଼ଠୁ ନୀରବ

ଜ୍ଞାନ 

ଆକାଶଠୁ ବଞ୍ଚିବାକୁ ଶୁନ୍ୟ ଜୀଵନ 

ପକ୍ଷୀଠୁ କୁଜ୍ଜନ ଭିତରେ ସମ୍ମୋହନ 

ଏତେ ସବୁ ପାଇ 

କିଛି ଦେଇ ନାହିଁ 

କହିଲେ ଲାଗିବ ପାପ ନିସ୍ତାର ନାହିଁ 

ପିମ୍ପୁଡିର ଏକତା 

ମହୁମାଛିଠୁ ମିତ୍ରତା 

ବିରୁଡି ଶିଖାଏ ଶୈଳୀ 

ପକ୍ଷୀ ବସା ଭଳି 

ଭଅଁରର ଘର ସ୍ୱର୍ଗ ଭଳି 

ଝରଣାରେ ସାତରଙ୍ଗ ଗୋଳି 

ପ୍ରକୃତିର କଳା ସଂସ୍କୃତି ସଭ୍ୟତାରେ 

ନାହିଁ ହେଳା 

ବୁଡିନାହିଁ ଭେଳା 

ଏତେସବୁ ପରେ ଆଉ କାହାଠାରେ 

ଆଶା ରଖି ବେଶି କରିନି କୌଣସି 

ଅଭିଯୋଗ ଯାଇ ଋଷି 

ଶିଖିଛି ଏତେ ହୁଏନା ପରତେ 

 କଳା କୌଶଳ ଆବଶ୍ୟକତା ଯେତେ ।


Rate this content
Log in