କମ୍ପୁଛି ମେଦିନୀ
କମ୍ପୁଛି ମେଦିନୀ
ଡହଡହ ତାତିରେ
ଜଳୁଛି ପୃଥିବୀ
ତ୍ରାହି ତ୍ରାହି ଚିତ୍କାରରେ
କମ୍ପୁଛି ମେଦିନୀ
ହେ ସୂର୍ଯ୍ୟ
କିବା ଆମଦୋଷ
ନେଉଅଛ ପ୍ରତିଶୋଧ
ତୁମେ ଅଟେ ଅଗ୍ନିର ପିଣ୍ଡୁଳା
ଜ୍ଞାତ ତ ସରବେ
କାହିଁ ପାଇଁ କରିଅଛ ରୋଷ
ନିଖେପୁଛ ଅଗ୍ନିର ସ୍ପୁଲିଙ୍ଗ
ପୃଥିବୀ ପୃଷ୍ଠରେ ଅଗ୍ନି
ରଚି ଚାଲିଛି ତାଣ୍ଡବ।
ଫୁଟଫାଥ ଉପରେ
ଖଣ୍ଡିଆ ଛତାତଳେ ବସିଥିବା
ସେହି ଦୁସ୍ଥ ଲୋକଙ୍କୁ
ଦେଖିଛ କି କେବେ
ଗଛମୂଳେ କଅଁଳା ଶିଶୁ କୁ
ଛାତି ତଳେ ଜାକିଧରି
ବୁଝାଉଥିବାର ଦୃଶ୍ୟକୁ
ହୃଦୟଙ୍ଗମ କରିଛ କି ତୁମେ ।
ପାଲଟି ଯାଇଛି ତୁମେ
ଜୀବନ୍ତ ଆଗ୍ନେୟଗିରିଟିଏ ପରି
ଉଦଗିରଣ ଅଗ୍ନିର ଲାଭାରେ
ସନ୍ତୁଳିତ,ଜୀବନ୍ତ ଦଗ୍ଧ
ସବୁଜ ଶ୍ଯାମଳିମା ଶୁଷ୍କ ପ୍ରାୟ
ଚାଣକ୍ୟ ସମ ରହିଛନ୍ତି
ବର୍ଷାର ଆଗମନ ପାଇଁ
ନିଦାଘରୁ ପାଇବେ ନିସ୍ତାର।
ହେଲେ
ତୁମ ଆଜ୍ଞା ବିନା ବର୍ଷା କି
ଥାପିବ ପୟର
କ୍ଷମା ସେ ପୃଥିବୀ,
ହେ ଭାସ୍କର
ଶହଶହ ଜୀବାତ୍ମା ଦୋଷ
ନିଅନାହିଁ ମଥାରେ ତୁମର
ଅଗ୍ନିର ଅନଳ ମଧ୍ୟରୁ ବଞ୍ଚିବାକୁ
ଦିଅ ଆମକୁ ସେ ଶକ୍ତି
ଶିଥିଳ ହୁଅ ତୁମେ
ଗାଉଥିଲେ ତୁମ ଗୁଣମାନ ।