କଳ୍ପନାରେ -35
କଳ୍ପନାରେ -35
କେତେ ଯେ ବସନ୍ତ ଆସି ଯାଉଥାଏ
କାହାର ହିସାବ ଥାଏ
ଅଶ୍ରୁ ଯେବେ ହୁଏ ଶ୍ରାବଣର ଧାରା
କିଏ ଅବା ବୁଝୁଥାଏ।
ରହିଯାଏ ସବୁ କାହାଣୀ ପୃଷ୍ଠାରେ
ଯେତେ ଯାଏ ସବୁ ବିତି
ପ୍ରେମିକ ମନର ବିରହ ବୀଥିକା
ହେଉଥାଏ ପୁଣି ଗୀତି।
କାହାର ହୃଦୟ କିଏବା ଚିହ୍ନିଛି
କିଏ ଦିଏ ପ୍ରାଣ ଭରି
ଅନୁକମ୍ପା କରି ରହିଯାନ୍ତି ସର୍ବେ
ଭଗ୍ନ ମୁଖଶାଳା ପରି
ପ୍ରଶାନ୍ତ କୁମାର ହୋତା