STORYMIRROR

Prasanta kumar Hota

Romance Tragedy

3  

Prasanta kumar Hota

Romance Tragedy

କଳ୍ପନାର ଗୀତ - ୫୭

କଳ୍ପନାର ଗୀତ - ୫୭

1 min
219


ଧରମ ସଞ୍ଚିବି କରମେ ବୋଲି ମୁଁ

କର୍ତ୍ତବ୍ୟରେ ଗଲି ସଦା

କର୍ତ୍ତବ୍ୟର ପଥ କଲା ମୋତେ ରୋଧ

ହେଲା ମୋ ଜୀବନ ବାଧା ।

ଅନାଇ ବସିଛି ଶ୍ମଶାନ ଭୂଇଁକୁ

ଯିବି ବୋଲି କେବେ ଦିନେ

ନାଟକ ମଞ୍ଚରେ ନାଟକ ମୁଁ କରେ

କର୍ତ୍ତବ୍ୟର ସମ୍ପାଦନେ ।

କରୁଥିଲି ଯାହା ଦେଖୁଥିଲି ତାହା

ସପନ ହୋଇଲା ସବୁ

ଯାହା ବି ପାଇଲି ହୃଦୟର ବୋଲି

ହେଲା ନାହିଁ ମୋର କାବୁ ।

ତଥାପି ବଞ୍ଚିଛି ମରୀଚିକା ପଥେ

ପ୍ରାଣ ଅଛି ବୋଲି ପାଶେ

ମାୟାର ମଣିଷ ପାଇଯିବ କାଳେ

ଜୀବନର ଅବଶେଷେ ।

କହିଥିଲା ଦିନେ ସମର୍ପିତା ବୋଲି

ସ୍ଵପ୍ନର ନାୟିକା ମୋର

ଅକୁଣ୍ଠିତ ଥିଲା ତନୁ ମନ ତାର

ଆଜି ସିଏ ସାତ ପର ।

ମୋର ସ୍ନେହ ଶ୍ରଦ୍ଧା ପାଇଲାନି ଅବା

ହୋଇଗଲା ସ୍ମୃତି ପୃଷ୍ଠା

ପ୍ରେମ ପ୍ରୀତି ସୀମା ମାପି ହୁଏ ନାହିଁ

ହୁଏ ନାହିଁ କାହା ନିଷ୍ଠା।

ସ୍ଵପ୍ନର ସଉଧ ତୋଳିଥିଲି ଯାହା

ପ୍ରେମରେ ପାଗଳ ହୋଇ

ମାୟାର ସଂସାର ନାଟକର ମଞ୍ଚ

ଅଭିନୟେ ଗଲି ରହି ।

ଆସିବକି ଆଉ ସେଦିନ ମୋହର

କରିବି ପୁଣି ନାଟକ

ଚାଲୁଥିବି ପୁଣି ପ୍ରିୟା ହାତ ଧରି

ଦେଉଥିବ ପ୍ରୀତି ପୁଷ୍ପ ।


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Romance