Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

3  

Baman Chandra Dixit

Others

କଳା କାଞ୍ଚନ

କଳା କାଞ୍ଚନ

1 min
207



କଳା କାଞ୍ଚନ ମୋ କଳା କାଞ୍ଚନ

କରୁଣା ସାଗର କୃପା ନିଦାନ

କରିଥିଲି କାଳେ କି କୃତ୍ୟ ଏକାଳେ

କରିଲି ତୋ କଳାମୁଖ ଦର୍ଶନ।।


କଞ୍ଜ କଳା ବୋଳା ମୁଖ ଶିରୀ କି

କେତେ ରଙ୍ଗେ ରସେ ରଖି ଭରି କି

କାନ୍ତ ଶାନ୍ତ କଳା କମଳ ଆଖି କୁ

କରୁଣା ବାରିଧି କିବା ସମାନ।।


କଞ୍ଜ କମଳ କୋମଳ ନୟନ

କୁଞ୍ଜବିହାରି ଶ୍ରୀରାଧା ମୋହନ

କରି-ଅରି ହାରୀ, ହର ଦୁଃଖ ଭାରି

କରେ କରି କର କରେ ପ୍ରଣାମ।। 


କିଙ୍କର ମଣେ ଅକୀଞ୍ଚନ ଜଣେ

କରେ ଗୁହାରି ମୁଁ ଭିକାରୀ ପଣେ

କିପରି କରିବ ପାରି ତୁମେ ଜାଣ

କି କରି କହିବି ଦୀନ ଅଧମ।।


କେଜାଣି କାହିଁକି ମନ କହୁଛି

କେଇ ଦଣ୍ଡ ଆଉ ଜୀବ ରହିଛି

କରୁ କରୁ ତୋର ଶ୍ରୀମୁଖ ଦର୍ଶନ

କାଳେ ଉଡ଼ି ଯା'ନ୍ତା ପିଣ୍ଡୁ ପରାଣ।

କରେ କାରୁଣ୍ୟ କାକୁତି ବାମନ।।



Rate this content
Log in