STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

କଳା ଗୋସାଇଁ

କଳା ଗୋସାଇଁ

1 min
198


      

କମଳାକାନ୍ତ ହେ କମଳାକାନ୍ତ

     କମଳା ବଲ୍ଲଭ କଳା ସାଆନ୍ତ

ଦଳିତ ଅଞ୍ଜନ ଚିକ୍କଣ କଳା

     ସୁନ୍ଦର ବଦନ ଶ୍ରୀଚକାଡୋଳା ll

କଳପ ବଟର ମୁଳରେ ବସି

     ଦାରୁବ୍ରହ୍ମ ଅଛ ଲୀଳା ପ୍ରକାଶି

କରେ ଶଙ୍ଖ ଚକ୍ର ସୁଦରଶନ

   କୌମଦକୀ ଗଦା କି ଶୋଭାବନ ll

ସରବ ସୌନ୍ଦର୍ଯ୍ୟ ଉପମା ଖଣି

    ଗଢ଼ିଅଛି ତୋତେ କେଉଁ ବିନ୍ଧାଣି

ନେତ ଉଡ଼ାଇଛ ନୀଳ ଚକ୍ରରେ

      ପତିତପାବନ ପତିତ ତାରେ ll

ସତ୍ୟଯୁଗେ ବଟୁ ରୂପକୁ ଧରି

     ବଳିକୁ ଚାପିଲ ପାତାଳେ ହରି

ତ୍ରେତାରେ ଶ୍ରୀରାମ ରାବଣ ମାରି

     ପଥରେ ତାରିଲ ପଥର ନାରୀ ll

ଦ୍ଵାପରେ କା

ଳିଆ କୃଷ୍ଣ କହ୍ନାଇ

     କଂସାରୀ ଦଳିଲ କାଳୀୟ ଅହି

ପଞ୍ଚପ୍ରାଣ ଶୋଷି ପୁତନା ମାରି

     ଖଞ୍ଜା ସଳଖିଲ କୁବୁଜା ନାରୀ ll

କଳି ଯୁଗେ ପ୍ରଭୁ କଳା ଠାକୁର

    କଳ୍କୀରୂପେ ପରା ହେବ ବାହାର

ଧୂମକେତୁ ପ୍ରାୟ ହୋଇ କରାଳ

     ହସ୍ତେ କରବାଳ ଦୁଷ୍ଟ ସଂହାର ll

କାଠର ଦେବତା ଛତିଆ ଯିବ

     ବଡ଼ ଦେଉଳରେ କିଏ ରହିବ

କେ ବର୍ଣ୍ଣିବ ପ୍ରଭୁ ତୁମ୍ଭରି ଲୀଳା

     ଚାତୁରୀ ତୁମ୍ଭର ଚତୁର କଳା ll

ଜଣାଣ କରୁଛି କଳା ଗୋସାଇଁ

    କୃପା କଟାକ୍ଷରେ ଥିବ ଅନାଇଁ

ନେତ୍ରପଥେ ପ୍ରୂଭୁ ଥିବ ମୋହରି

    ଜୟ ଜଗଦୀଶ ହରେ ମୁରାରୀ ll

        


Rate this content
Log in

Similar oriya poem from Inspirational