କଲେଜ ରାଣୀ
କଲେଜ ରାଣୀ
1 min
6.8K
କଲେଜ ରାଣୀଲୋ
କଲେଜ ରାଣୀ
ଚାହାଣିରେ ମତେ
ଦେଇଛୁ ହାଣି ...
କଲେଜ ଆସିଲୁ ଯେଉଁଦିନୁ ଗୋରୀ
ସେଇଦିନୁ ମତେ କରିଛୁ ଗୁଣି (୦)
କଲେଜ ଛକ ତୋ ପାଇଁ ଭିଡ
ସାଙ୍ଗ ମେଳରେ ତୁ ଗୋଲାପ କଢ ।
ପାଗଳ ସବୁ କଲେଜ ପୁଅ
ଆମ କଲେଜର ତୁ ନିଆରା ଝିଅ
ନିଆରା ତୋ ହସ
ନିଆରା ତୋ ବେଶ
ଗଢିଛି ତତେଲୋ କେଉଁ ବିନ୍ଧାଣି (୧)
କଲେଜ ରାଣୀଲୋ.........
ତୁ ଯେଉଁଦିନ ନେଉଛୁ ଛୁଟି
ସେଦିନ ବାଜେନା କଲେଜ ଘଣ୍ଟି
ପଢାପଢିରେ ମନ ଲାଗେନା
ସମୟ କଟେନି ଗୋରୀ ତୋବିନା ॥
ଛାତିତଳେ କିଛି-
କିଛିତ ହେଉଛି
ତୋପାଇଁ ଆଲୋ ହେମ ହିରିଣୀ(୨)
କଲେଜ ରାଣୀଲୋ......
ଶରତ ଚନ୍ଦ୍ର ଜାଲି
ତା:୯/୮/୧୮