Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Pradhan

Abstract

4.8  

Kalpana Pradhan

Abstract

କିଞ୍ଚିତ ଆନନ୍ଦ

କିଞ୍ଚିତ ଆନନ୍ଦ

1 min
192


କର୍ମକ୍ଲାନ୍ତି ଜୀବନୁ କ୍ଷଣେ ନେଇ ବୀରତି

ଉତ୍କଣ୍ଠା ଭରି ପ୍ରାଣେ ସୁବର୍ଣ୍ଣପୁର ଗମଇ l


ସାଥିରେ ଥିଲେ ମୋ ଆତ୍ମୀୟ ସ୍ୱଜନ

ଆନନ୍ଦ ବିଭୋରେ ନାଚନ୍ତି ବେନି ସନ୍ତାନ l


ପାତାଳି ଶ୍ରୀକ୍ଷେତ୍ର ପୀଠ ଦର୍ଶନ ଆଶେ 

ତୁଳସୀ, ତମାଳ ଦେଖ ମୋହସ୍ତେ ହସେ l


ଖଣ୍ଡ ଖଣ୍ଡ ମେଘମାଳ ତୋରଣ ଟାଣନ୍ତି

ମଧ୍ୟରେ ଭାନୁ ସୁନେଲି କିରଣ ବିଚ୍ଛୁରନ୍ତି l


ଛୋଟଛୋଟ ଜଳ ବିନ୍ଦୁ ପଥ ପ୍ରଖ୍ୟାଳନ୍ତି

 ସହାସ୍ୟ ବଦନେ ଦୀନବନ୍ଧୁ କି ଚାହାଁନ୍ତି l


ନୀଳ ଅମ୍ବର ଚାହିଁ କୀର୍ତ୍ତିରାଜି ପୁରାତନ

ଗୌରବ ର ଗାଥା ବହି ଦଣ୍ଡାୟମାନ l


କ୍ଷେତ୍ରେ ଦେଖେ ରୁଦ୍ଧଅଛି ଦ୍ୱାର ତାର

ଦର୍ଶନ ଆଶା ଅପୂର୍ଣ୍ଣ ରହିଗଲା ମୋର l


ବ୍ୟଥିତ ପରାଣେ ଯାଇ ମହାନଦୀ ତୀରେ

ଆକୁଳେ ବିନତି ଜଣାଏ ସେ ପଦ୍ମପୟରେ l


ଅକୁହା ବେଦନା ପରାଣ ତ ଲଭେ

ସ୍ଥାନେ ରାମେଶ୍ୱର କେତେନ ଉଡ଼ଇଣ ନଭେ l


ଜନସମାଗମ କେତେ ତାହାରି ତଟ ରେ

ମଧୁର ରାଗିଣୀ ତା ସଭିଙ୍କ ମନହରେ l


ଶାନ୍ତ, କାନ୍ତ, କମନୀୟ ରୂପ ସଦାବନ୍ଦେ

ବିଷାଦକୁ ହରି ମନ ଭରେ ଅସୀମାନନ୍ଦେ l


ସଂଦର୍ଶନେ ଶୋଭା ତାର ମନ ମୋହିତ

ନଫେରେ ନଜର ଥରେ ଦେଲେ ଚାହିଁତ l


ନବାଗତ ବଧୂପରି ସଞ୍ଜ ଆସେ ଚାଲି

ରଜନୀ ଦେଲାଣି ଡାକ ଆସଆସ ବୋଲି l


ଅବିଳମ୍ବେ ପହଂଚିଲୁ ସର୍ବେ ତାଙ୍କରି ନିକଟେ

ଭାବ ବିନୋଦିଆ କାଳିଆ ଭାବରେ ପ୍ରକଟେ l


ଆରତୀ ପ୍ରସ୍ତୁତି ପର୍ବ ଚାଲିଥିଲା ରଙ୍ଗେ

ଦର୍ଶନ ଦେଲା କାଳିଆ ସୁଶୋଭିତ ଅଙ୍ଗେ l



Rate this content
Log in

Similar oriya poem from Abstract