Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambuja Mohanty

Inspirational

3  

Ambuja Mohanty

Inspirational

କିନ୍ତୁ ମୁଁ ମଞ୍ଜୁଳିକା

କିନ୍ତୁ ମୁଁ ମଞ୍ଜୁଳିକା

1 min
168



ମୁଁ ମଞ୍ଜୁଳିକା,ଭାବରେ,ହସରେ ବେଶରେ

କିନ୍ତୁ ଅନ୍ୟାୟ ବିରୁଦ୍ଧରେ

ସ୍ୱରଉତ୍ତୋଳନ କରିପାରୁନି ସହସା

କିନ୍ତୁ ମୁଁ ମଞ୍ଜୁଳିକା......


ବର୍ଷ ବର୍ଷ ଲାଗିଯାଏ ବଳାତ୍କାରୀ ପାଏ ଦଣ୍ଡ

କିନ୍ତୁ ମୁଁ କୁହେ ନାହିଁ ସେହି

ଅନ୍ୟାନ୍ୟ ବିରୁଦ୍ଧରେ ଗୋଟିଏ ମଧ୍ୟ ଶବ୍ଦ

କିନ୍ତୁ ମୁଁ ମଞ୍ଜୁଳିକା......


ନିଜ ପ୍ରେମୀ ପାଇଁ ସେ ଫେରି ଆସିଥିଲା

ଆତ୍ମା ରୂପେ ଜଗତରେ

ନେବା ପାଇଁ ଭୟଙ୍କର ପ୍ରତିଶୋଧ।

କିଛି ନ କରି ମୁଁ ମଞ୍ଜୁଳିକା.......


ଇଣ୍ଟର୍ନେଟରେ ଛାଡେ ନାରୀ ପାଇଁ 

ଉଚ୍ଚକୋଟୀର ଅଭିଭାଷଣ କିନ୍ତୁ

ମୋ ଘରେ ନାରୀ ପାଇଥାଏ ଅନେକ କଷଣ

କିନ୍ତୁ ମୁଁ ମଞ୍ଜୁଳିକା......


ପୁରୁଷ ପ୍ରଧାନ୍ୟ ବୋଲି କହୁଥାଏ କଟୁ ଶବ୍ଦ

କିନ୍ତୁ କାହାର ଶାଶୁ, ନଣନ୍ଦ ହୋଇ 

ରଖିଥାଏ ନାରୀର ଉନ୍ନତି ଉପରେ ପାଦ

କିନ୍ତୁ ମୁଁ ମଞ୍ଜୁଳିକା.....


ନାରୀ ଯେ ନାରୀର ଶତୃ ତାହା ମୁଁ ଜାଣଇ

କିନ୍ତୁ ସବୁ ଦେଖି ଅଣଦେଖା କରିଦେଇ

ପୁରୁଷକୁ ସବୁ ଦୋଷ ମୁଣ୍ଡେ ଲଦି ଦେଇ

କିନ୍ତୁ ମୁଁ ମଞ୍ଜୁଳିକା.....




Rate this content
Log in