କୀର୍ତ୍ତନ
କୀର୍ତ୍ତନ
ମୋର ମୋର ଭାବେ ସବୁ
ନାଚେ ମନ ବିଭୋର ମୟୂର,
ରଙ୍ଗ ରସ ସୁଖ ବିନ୍ଦୁ
ଝରିପଡେ ରଙ୍ଗପକ୍ଷ ତାର ।
ମାୟା ମୋହ ବଶ ଜୀବ
କାମନାର ହୁଏ ନାହିଁ ଅନ୍ତ,
ମରିଗଲେ କାହା ସାଥେ
ଯାଆନ୍ତିନି ଧନ ଦାରା ସୁତ ।
ନିର୍ବିଶେଷ ହରିନାମ
କୃଷ୍ଣ ନାମ ଭଜନ କୀର୍ତ୍ତନ,
ତାରିପାରେ ଭବସିନ୍ଧୁ
କଇବର୍ତ୍ତ ଏକା ଭଗବାନ ।
ହରିନାମ କୃଷ୍ଣ ନାମ
କଇବଲ୍ୟ ପତିତପାବନ,
ଦୟାକର ଦୀନବନ୍ଧୁ
ହରେକୃଷ୍ଣ ଜୟ ହରେରାମ ।
ଜୀବ ମୁହିଁ ଆତ୍ମାରୂପୀ
ନିରାକାର ପ୍ରଭୁ ପର°ବ୍ରହ୍ମ,
କୃପାକର ଜଗନ୍ନାଥ
ଭଜୁ ପ୍ରାଣ ଓମ୍ ଶୁଭନାମ ।
------