କିଏ ସେ ଆମ ଭାଇ
କିଏ ସେ ଆମ ଭାଇ
ଘରର ସତେ ସେ ମୁରବୀ ଅଟନ୍ତି
ଆମକୁ ଆଦର କରନ୍ତି,
କଥା କଥାରେ ସାବାସି ଦିଅନ୍ତି
ମୋ ନାତି ନାତୁଣୀ କହିକି।
ନୀତିବାଣୀ ଗପ କେତେକେତେ କହି
ନାନା ଉପଦେଶ ଦେଇ,
ଦେଖାଇ ଦିଅଁନ୍ତି ସତ୍ୟର ପଥ
କିଏ ସେ ଆମ,ଭାଇ !
ସ୍ନେହ ଏକା ତାଙ୍କ ଅଳଙ୍କାର ସିନା
ଆଦର ତାଙ୍କ ଗହଣା,
ଆମ ହସ ଖୁସି ତାଙ୍କ ପାଇଁ ଏକା
ସରଗ ସୁଖ ଭାଇନା।
ମା ମାଡ଼ ଦେଲେ ବଞ୍ଚେଇ ଦିଅନ୍ତି
ମୋ ଗେହ୍ଲା ଧନ କହି,
ମମତାର ସେ ଅବତାର ଏକା
କିଏ ସେ ଆମ, ଭାଇ !
ପରିବାରର ଛତା ଏକା ସିଏ
ନିଜେ ଦୁଃଖ କଷ୍ଟ ସହି,
ଆମକୁ ବଢାନ୍ତି ଆମକୁ ପଢାନ୍ତି
ନୀତି ଉପଦେଶ ଦେଇ।
ମନରେ ତାଙ୍କର ଗୋଟିଏ ଆଶା
ମୋ ପିଲା ବଡ଼ ହୋଇ,
ନିଜ ଜାତିର ସେ କିରତୀ ରଖିବ
କିଏ ସେ ଆମ, ଭାଇ !
ବାସଲ୍ୟ ମମତାର ଗନ୍ତାଘର ଏକା
ଉପମା ତାର ନାହିଁ,
ପଣତ ତଳେ ତା ଶୋଇଥିଲେ ଏକା
ଦୁଃଖ କଷ୍ଟ ଅବା କାହିଁ।
ନିଜେ ନ ଖାଇ ଖୁଆଏ ଆମକୁ
ଆ ଜହ୍ନ ମାମୁଁ କହି,
ଅଝଟିଆ ହେଲେ ଗେଲ କରିଥାଏ
କିଏ ସେ ଆମ, ଭାଇ !
ଭାରି ମଜାଳିଆ ସପର୍କ ତା ସତେ
କେବେ ଗେଲ କେବେ ଝଗଡ଼ା,
ପ୍ରେମ ଆଦରର ର ଡୋରି ତା ଏକା
ଲାଗେ କେତେ ସତେ ବଢିଆ।
ଅସୁବିଧା ବେଳେ ସାହାସ ଏକା ସେ
ସବୁବେଳେ ପଛେ ଥାଇ,
ପ୍ରକୃତ ବନ୍ଧୁ ସାଙ୍ଗ ଏକା ସେ
କିଏ ସେ ଆମ, ଭାଇ !
