Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debabrata Mishra

Inspirational

3  

Debabrata Mishra

Inspirational

କିଏ ରୋକିବ

କିଏ ରୋକିବ

1 min
139


ସେ ଫେରିଯିବ ସେ ଲେଉଟିବ

ତୁମ ନଜରରେ ଥିବ ତୁମ ସମ୍ମୁଖରେ ଥିବ

ତୁମେ ତା'ର ଶରୀର ଦେଖୁଥିବ

କେବେ ତା'ର ପୋଷାକ ଦେଖୁଥିବ

ଏ ଶରୀର ବନ୍ଦୀଶାଳାରୁ ଖସିଯାଇ

ସେ ଦିନେ ପଳାତକ ସାଜିବ  


ଅନ୍ତର ମନରେ ନିର୍ମାଣ ଚାଲିଛି

ନିଜେ ଶ୍ରମିକ ସାଜି ସେ ନିଜ ସୁଡ଼ଙ୍ଗ ଖୋଳୁଛି

ତୁମ ସହ ସେ ଖୁବ୍ ହସୁଥିବ

ନାନା ରଙ୍ଗରେ ଆଙ୍କୁଥିବ ଜୀବନ ଚିତ୍ର

ତୁମେ କେବେକେବେ ତାକୁ ମଣୁଥିବ

ରହସ୍ୟମୟ ଅବା ମଣିଷ ସେ ବିଚିତ୍ର  


ସେ ଫେରିଯିବ ସେ ଫେରିଯିବ

କାହାର ଶକ୍ତି ନାହିଁ କାହାର ମତି ନାହିଁ

କିଏ ତାକୁ ରୋକିବ କିଏ ତାକୁ ରୋକିବ

ତୁମେ ତାକୁ ନିନ୍ଦା ଦେବ 

ତୁମେ ତାର ମୁଖେ ଅପବାଦର ନିଆଁ ଦେବ

ସେ ଜଳିବ ସେ ଜାଳିବ 

ସେ ଲେଉଟିବ ସେ ଫେରିଯିବ  


ସେ ହାରିବନି କାହାକୁ ହରାଇବନି

ତୁମେ ତାକୁ ବୁଝିବନି ସେ ବୁଝାଇବନି

ସେ ଲୁହ ପୋଛିବ ତୁମେ ହସିବ

ତା ଲୁହ ତୁମପାଇଁ ସ୍ୱଚ୍ଛ ମିଠା ଜଳ

ତୁମକୁ ଲୁଣ ଦରକାର 

ସେ ଲୁଣିପାଣି ନ ଦେଇପାରି କାନ୍ଦିବ

ସୂର୍ଯ୍ୟ ଥିବ ଚନ୍ଦ୍ର ଥିବ

ମାଟିରୁ ମାଟିକୁ ସେ ଫେରିଯିବ

କିଛି ପର କିଛି ଆପଣାର ଥିବେ

ସମୟ ନୀରବ ରହି ସବୁ ଦେଖିବ

କହୁଥିବ ଦେଖିବା କିଏ ତାକୁ ରୋକିବ। 



Rate this content
Log in