Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

କିଏ ପାରିବ କାହ୍ନୁକୁ ଛୁଇଁକି

କିଏ ପାରିବ କାହ୍ନୁକୁ ଛୁଇଁକି

1 min
661


   ରାଇ ଡରୁଥିଲା ଛାଇକି

        ଗୋପୀ ଡରୁଥିଲେ ଛଇକି

   ନଜରକୁ ଡରି  ମାତା ଯଶୋମତି

         କଳା ଦେଉଥିଲେ ନାଇକି

   କାହ୍ନୁ ଡରିବ କାହାକୁ କାହିଁକି

        କିଏପାରିବ କାହ୍ନୁକୁ ଛୁଇଁକି ..... ।


      ନନ୍ଦ ଡରୁଥିଲେ ଗୋପପୁର ଛାଡି

           ପୁଅ କାଳେ ଚାଲିଯିବ

     ଚନ୍ଦ୍ରାବଳୀ ଡରେ କାହ୍ନୁ ସାଥେ ଭାବ

           ରାଧା କାଳେ ଜାଣିଦେବ

     ଇନ୍ଦ୍ରର କୋପକୁ  ଗୋପ ଡରୁଥିଲା

         କାହ୍ନୁ ଟେକିଲା ମନ୍ଦର ଗିରିକି

    ଇନ୍ଦ୍ର ଗରବକୁ ଦେଲା ଚୁରିକି ....।


   ଏ କୂଳେ ମଥୁରା ସେକୂଳେ ଗୋପଲୋ

         ମଝିରେ ଯମୁନା ନଈ

   ଅଭିଶାପ ଡରେ  ଗୋପ ରାଇଜକୁ

         କଂସ ପାରିଲାନି ଛୁଇଁ

  ପଠାଇ ଅକୃର   କପଟରେ ଭଲା

       ସେତ ଭଣଜାକୁ ଗଲା ନେଇକି

          ନିଜେ ମରିଲା ମଞ୍ଚାରୁ ଡେଇଁକି ....।


Rate this content
Log in

Similar oriya poem from Classics