କିଏ ଦେଲା ତୋର କାଳିଆ ନାମ
କିଏ ଦେଲା ତୋର କାଳିଆ ନାମ
କିଏ ସେ ଗଢିଲା ତୋ ରୂପ ବର୍ଣ୍ଣ
କିଏ ଦେଲା ତୋର କାଳିଆ ନାମ
ରୂପ ଦେଲେ ଦେଖି ଆଖି ଯାଏ ଲାଖି
କଣେଇ କଣେଇ ଚାହେଁ ରାଧା ସଖୀ
ତୋ କଳା ରଙ୍ଗର ଏତିକି ଗୁଣ ।0।
ପୁଣ୍ୟ ଧାମ ତୋର ପୁରୁଷୋତ୍ତମ
ମଧୁର ମଧୁର ଲାଗେ ତୋ ନାମ
ତୋର ନାମ ଭଜି ଯିଏ ଗଲା ହଜି
କୋଳେଇ ନେଉ ତୁ ଭକ୍ତ ରୂପେ ସାଜି
ଦାସ, ସାଲବେଗ ସେ ବଳରାମ ।୧।
ରୂପରେ ଗୁଣରେ ତୁ ନୁହଁ ନ୍ୟୁନ
ଝୁରେ ତୋର ଗୁଣ ସାରା ଭୁବନ
ହାତରେ ଗଢିଛୁ ଚଉଦ ଭୁବନ
ଦଣ୍ଡକେ ବ୍ରହ୍ମାଣ୍ଡ କରୁ ପ୍ରଦକ୍ଷିଣ
ଖୋଜି କେ ନ ପାନ୍ତି ତୋ ଅନ୍ତ ପୁଣ ।୨।