କିଏ ଆସିଲା
କିଏ ଆସିଲା
କିଏ ଆସିଲାରେ କିଏ ଆସିଲା
ଚନ୍ଦନ ବାସିଲା ତୁଳସୀ ବାସିଲା
ଅନ୍ଧାର ରାତିରେ ମେଘ ଉହାଡରେ
ମନ୍ଦମନ୍ଦ ହସି ଚାନ୍ଦ ଦିଶିଲା ।
ଦେବକୀ ମୂର୍ଛିତା ବସୁଦେବ ଚିନ୍ତା
କ°ଶ ରହିଅଛି ଚାହିଁ
କଅଁଳ ଶିଶୁ ତା ଜନମ ବଇରୀ
ମୁକୁଳିବା ବାଟ ନାହିଁ ।
ଅବସାଦ ଯେବେ ବାଦ କରୁଥିଲା
ଅମୃତ ହୋଇଲା ବୃଷ୍ଟି
ଚକିତ ହୋଇଲେ ବସୁଦେବ ଦେଖି
ଇଏକି ଅପୂର୍ବ ସୃଷ୍ଟି !
ଧନ୍ୟ ସେହି ମାୟା ଅପରୂପ କାୟା
ବନ୍ଦୀ ଶାଳେ ସତେ ପ୍ରକଟ ହେଲା ।
କିଏ ଆସିଲା
ନୀଳ ମେଘ କାନ୍ତି ମଣି ଝଟକନ୍ତି
ପୀତାମ୍ବର ଦେହ ବାସ
ଶଙ୍ଖ ଚକ୍ର ଗଦା କମଳ ର ଶୋଭା
ଚତୁର୍ଭୁଜ ହସହସ ।
କିରିଟି କୁଣ୍ଡଳ ହସ୍ତରେ କଙ୍କଣ
କଟିରେ ସୁବର୍ଣ୍ଣ ସୁତା
ପାଦରେ ନୁପୁର ରୁଣୁଝୁଣୁ ହୁଏ
ହୃଦେ ପଦକ ପଇତା ।
ଜନକ ଚକିତ ଜଗତ ଆସ୍ବସ୍ଥ
ତମସା ତିମୀର ପାହି ଆସିଲା !
କିଏ ଆସିଲା
କଅଁଳ କଳି ର ମଧୁର ବାଣୀ ରେ
ବସୁଦେବ ଚଳିଗଲେ
ନନ୍ଦ ଉଆସରେ ପୁତ୍ରକୁ ଛାଡିସେ
କନ୍ୟା ଧରି ଲେଉଟିଲେ ।
ହଟିଗଲା ମାୟା ଶୁଣି କୁଆଁ କୁଆଁ
କ°ସ ପୁରେ ବାର୍ତ୍ତା ଗଲା
ପୁତ୍ର ନୁହେଁ କନ୍ୟା ଜନମ ନେଇଛି
ରାଗେ କ°ସ ଗରଜିଲା ।
କଚାଡି ମାରନ୍ତେ ଖସିଯାଇ କନ୍ୟା
ଗୋପେ ବଢେ କୃଷ୍ଣ ହସି କହିଲା ।
କିଏ ଆସିଲା ।