Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Tragedy

3  

Aishwarya Mishra

Tragedy

କିଛି ପ୍ରଶ୍ନ

କିଛି ପ୍ରଶ୍ନ

1 min
234


କାହାକୁ ଓ କାହିଁକିର କିଛି

ଅସମାହିତ ପ୍ରଶ୍ନ 

ଅଭିଶପ୍ତ କରେ ଜୀବନକୁ

ନିର୍ବାସିତ ହୁଏ ମଧୁର ସଂପର୍କ

ନୀରବରେ ଥରି ଉଠେ ମନ

ନୟନେ ଭରିଦିଏ ଅଶ୍ରୁର ପ୍ଲାବନ ।


କିଛି ବୁଝିବା ଓ ବୁଝାଇବାର

ଅପରିମିତ ପରିଧିରେ

ଅଣନିଃଶ୍ଵାସୀ ହୋଇଉଠେ ହୃଦୟ

ତୁଟିଯାଏ ଭଲ ପାଇବାର ବିଶ୍ଵାସ ।


ଭାଙ୍ଗିଯାଉଥିବା ମିଠା ମିଠା ସ୍ଵପ୍ନ

ପଲକେ ବୋଳିଦିଏ ଦୁଃଖର ଅଞ୍ଜନ

ଉତ୍ତର ଥାଇ ବି ନିରୁତ୍ତର 

ରହିଯାଏ କେହି ।


ଅଜଣା ଏହି ନୀରବତା ମଧ୍ୟେ 

ବରଦାନ ପାଲଟିଯାଏ ଅଭିଶାପ

ଅନ୍ତଃକରଣର ବୁକୁଫଟା କ୍ରନ୍ଦନ 

ଅଦିନରେ ଆଣିଦିଏ ଲୁହର ଶ୍ରାବଣ ।


Rate this content
Log in