Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Inspirational

4.5  

Priyabrata Mohanty

Inspirational

କିଛି ପ୍ରଶ୍ନ ????

କିଛି ପ୍ରଶ୍ନ ????

1 min
357


ପରିବା ଦରଟି   ଛୁଏଁ ଯେ ଆକାଶ,

ବଜାରରୁ କିଏ ପାରିବ କିଣି ?

ତେଲ ଦର ଏଠି   ଶହେ ଟପିଲାଣି,

ମଟର ଗାଡ଼ି କି ପିଇବ ପାଣି ?


ହାତରେ ଥାଇ ବି   କ୍ଷମତାର ମାଳି

ପ୍ରାଣ ପାଇଁ କିଆଁ କରୁଛୁ ଅଳି ?

ବିଜ୍ଞାନରେ ବଳୀ   ହୋଇ ଶକ୍ତିଶାଳୀ

କରୋନାରେ କିଆଁ ଯାଉଛୁ ଜଳି ?


ସେବକର ମୁଖା   ପିନ୍ଧି ମାରେ ଚୋଟ

ରୋକି ପାରିବକି ଆଇନି ଛାଟ ?

ଚାଲିଛି ଏଠି ତ   ଯୋଜନାର ହାଟ

ଭାଷଣରେ କାହା ଭରିବ ପେଟ ?


କାନୁନର ଜ୍ଞାନ   ଧନୀ କିଣି ନେଲେ

ଗରିବ କେଉଁଠୁ ନ୍ୟାୟ ପାଇବ ?

ପ୍ରଶାସନ ଯଦି   ଲାଞ୍ଚ ମାଗୁଥିବ

ମାଗଣା କେମିତି ସେବା ହୋଇବ ?


ଯେଉଁଠି ଶିକ୍ଷକ   ରହେ ଭୟଭୀତ

କେମିତି ଭାବି ବି ସମାଜ ହିତ ,

ବିଦ୍ୟାଳୟ ଯାଇ   ପିଲେ ପଢ଼ନ୍ତିନି

ଫୋନ କି ପାରିବ କରି ଶିକ୍ଷିତ ?


ଭାରତୀୟ ଆମେ   ସଭିଁଏ ସମାନ

ଜାତି ଧର୍ମ ଖେଳ କାହିଁକି ଚାଲେ ?

ଅଜ୍ଞାନ ତମସା   ଏଠି ଫୁଲେ ଫଳେ 

ସ୍ଥାନ ସଂରକ୍ଷଣ କି ପାଇଁ କଲେ ?


ମହିଳା ପୁରୁଷ   ପ୍ରକୃତିର ଅଙ୍ଗ

ନିଜ ନିଜ ସୀମା କାହିଁକି ଲଙ୍ଘ ?

ଦୁହେଁ ଦୁହିଁଙ୍କର   ପରିପୁରକ ଯେ

ରୁହନି କାହିଁକି ହୋଇ କି ସାଙ୍ଗ ? 



Rate this content
Log in