କିଛି ନ ଥାଇ
କିଛି ନ ଥାଇ
ଚକା ଚକା ଆଖି ସତେ ପଙ୍କଜ
ପାଦ ପାଣି ନାହିଁ ସହସ୍ର ଭୁଜ
ଅରୂପରେ ରୂପ ହୋଇ ଦାରୁବ୍ରହ୍ମ
ବସିଅଛ ପ୍ରଭୁ ରତ୍ନ ସିଂହାସନ
ସାଥେ ଭଗିନୀ ଅଗ୍ରଜ ।
ନାହିଁ ଜାତି ଭେଦ ଚଣ୍ଡାଳୁ ଦ୍ଵିଜ
ଆନନ୍ଦ ବଜାରେ ଅବଢ଼ା ଭୁଞ୍ଜ
ନାହିଁ ତାର ଚାଷ ନାହିଁ ତ ହଳିଆ
ଛପନ ଭଣ୍ଡାର ମାଲିକ କାଳିଆ
ଷାଠିଏ ପଉଟି ଭୁଞ୍ଜ ।
ଚାଲି ତ ପାରନା ସକଳ ଚିଜ
ଖଞ୍ଜା ହୋଇଥାଏ ସକାଳୁ ସଞ୍ଜ
ବିନା ଧନ ରତ୍ନେ ସେବନ୍ତି ସାମନ୍ତେ
ଶ୍ରଦ୍ଧା ଥାଇ ଯିଏ ଅନ୍ତରରେ ଚିନ୍ତେ
ତାହା ପାଇଁ ହୁଅ ସଜ ।