Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rinku Choudhury

Others

3  

Rinku Choudhury

Others

କିଛି ଦାଢ଼ି ପାଚିଗଲା ପରେ

କିଛି ଦାଢ଼ି ପାଚିଗଲା ପରେ

1 min
7.1K



ଅପେକ୍ଷାର କ'ଣ ଗୋଟେ ଆୟୁଷ ଅଛି !

ନା ସେ ହଜେଇ ସାରିଛି ସବୁତକ ଆୟୁଷ

ଆଉ କାହା ଅପେକ୍ଷାରେ !


ନିର୍ଜନତା କ'ଣ

ମଙ୍ଗଳ ଗ୍ରହର ନୀରବତା !

ନା,

ତୋ - ମୋ ଭିତରର ଶୂନ୍ୟତା !


ନିସଙ୍ଗତା

ପୁଣି ଗୋଟେ,

ରକ୍ତ କାନ୍ଦୁଥିବା ଲାଲ ଗୋଲାପ ଫୁଲ

ମୋ ବାରି ଅଗଣାରେ।


ସତକହତ !

ତୁ କଣ କେବେ ନେହୁରା ହେଇନୁ ସମୟ ପାଖରେ

ଅଟକି ଯିବାକୁ,

ଲୁହ ପିଉଥିବା ଅନ୍ଧାର ରାତିରେ

ଅତୀତ କାନ୍ଥରେ


ଏତେ ସବୁ ପରେବି

କେହିଜଣେ

ନିସଙ୍ଗତାର ସମୁଦ୍ର ସେପାଖେ

ନିର୍ଜନ ଦ୍ୱୀପରେ

ବସିଥାଏ,

ଢ଼େରସାରା ଭଲପାଇବା ଧରି

ଏକ ଅନନ୍ତ ଅପେକ୍ଷାରେ

ତମ ଫେରିବା ବାଟରେ ।


#ରିଙ୍କୁ ଚୌଧୁରୀ


Rate this content
Log in