Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Namita Pal

Others

3  

Namita Pal

Others

କିଛି ଚୋରା ମୁହୂର୍ତ୍ତ

କିଛି ଚୋରା ମୁହୂର୍ତ୍ତ

1 min
367


    ଭାବିଥିଲି ଭଲ ମୁଁ ପାଇବି  

ମନ ନେଇ ମୋ ମନ ଦେବି। 


କ୍ଲାସ୍ ନଥିଲା ବେଳେ କମନ ରୁମରେ ବସି ତୁମ ସହିତ ଖୁବ୍ ଗପିବି 

କଲେଜରୁ ଫେରିଲା ବେଳେ ତୁମ ଘର ରାସ୍ତାରେ ଯିବି 

ସାଇକେଲର ଚେନ୍ ଲଗେଇବା ବାହାନେରେ ତୁମକୁ ଅପେକ୍ଷା କରିବି 

ସାଙ୍ଗ ମେଳରେ ଗଲାବେଳେ ବାରମ୍ବାର ପଛକୁ ବୁଲି ତୁମକୁ ଦେଖିବି 

ଗୁପଚୁପ୍ ବାଲା ପାଖେ ଠିଆ ହୋଇ ଗୋଟିଏ ଦୋନାରୁ ସାଙ୍ଗ ହୋଇ ଖାଇବି। 


ଭାବିଥିଲି ବାକି ଜୀବନ ତୁମ ସହ କଟାଇବି ହୋଲିରେ ପଛପଟୁ ଆସି ରଙ୍ଗ 

ବୋଳିଦେବି ଆଉ ଦୀପାବଳୀରେ ତୁମ ସହମିଶି ଦୀପ ଜାଳିବି।


ବସନ୍ତର ମୃଦୁ ମଳୟରେ ତୁମ ହାତ ଧରି ସନ୍ଧ୍ୟାରେ ବୁଲି ବାହାରିବି 

ଆଉ ଶରତର ନିଃଶବ୍ଦ ରାତିରେ ଛାତ ଉପରେ ତୁମ ସହ ବସି ତାରା ଦେଖିବି।


ତୁମ ସୁଖ ଦୁଃଖରେ ଭାଗ ବସାଇବି ଆଖିରୁ ଲୁହ ପୋଛି ଦେଇ ଓଠରେ ହସର

ଗାର ଆଙ୍କି ଦେବି। ସାଙ୍ଗ ନୁହେଁ ସାଥି ହୋଇ ବାଟ ଚାଲିବି ଜନ୍ମ ଜନ୍ମାନ୍ତର ପାଇଁ

ତୁମର ହେବାର ପ୍ରତିଶୃତି ଦେବି।


ଭାବିଥିଲି ଭଲ ମୁଁ ପାଇବି ମନ ନେଇ ମୋ ମନ ଦେବି 

ତୁମ ହୃଦୟରେ ମୋ ସଂସାର ବାନ୍ଧିବି।



Rate this content
Log in