Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Others

4  

Santosh Kumar Ojha

Romance Others

କିଛି ଅକୁହା

କିଛି ଅକୁହା

1 min
355



ଦିନେ ସଂଜ ବେଳେ

ଶୋଇ ତୁମ କୋଳେ

ଦେଖୁ ଥିଲି ତୁମ ମୁହଁ ,

ଓଠରେ ମୋ ଆସି

ପଡ଼ୁ ଥିଲା ଖସି

ମିଠା ମିଠା ତୁମ ଲୁହ ।

ପିୟାସା ମୁଁ ଥିଲି

ପିଇ ଯାଉଥିଲି

ଜଳି ଯାଉଥିଲା ଦେହ ,

ପହିଲି ପ୍ରେମର

ମହୁଲି ନିଶାରେ

ଝୁମୁ ଥିଲି ତୁମ ସହ ।

ତୁମକୁ ପାଇବି

ନିଦ ହଜି ଗଲା

ଆଖିରେ ସ୍ବପ୍ନର ଢେଉ ,

ଆଜି ସେଇ ଦିନ

ଲାଗୁଛି ସପନ

ସପନ ଆସୁନି ଆଉ ।

ଭଲ ପାଇବାଟା

ନିହାତି ସହଜ

ବିବାହ ଆଗରୁ ଜାଣେ,

ବାହା ହେଲା ପରେ

ଆଜି ମୁଁ ବୁଝୁଛି

ଭଲ ପାଇବାର ମାନେ ।

ସେତେ ବେଳେ ବ୍ରହ୍ମା

ବିଗିଡ଼ିଲେ ବେଦ

ଭୁଲ୍ ଥିଲେ ଧର କାନ ,

ଏବେ ଚୋଟ ମାର

କଥାରେ କଥାରେ

ପାନରୁ ଖସିଲେ ଚୂନ ।

ଡାକ୍ତର ବଇଦ

କିଏବା ଦେଖିବ

ଅଜାଗାରେ ହେଲେ ଘା' ,

ନିଜର କାହାଣୀ

ନିଜକୁ ଶୁଣାଏ

ଯେହେତୁ କିଛି ଅକୁହା ।

    **~**


Rate this content
Log in

Similar oriya poem from Romance