Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3.4  

Satyabati Swain

Others

କି ଶକ୍ତି ତାର

କି ଶକ୍ତି ତାର

1 min
190


ଭୟ କଲେ ସେ ଜୋରେ ଜୋରେ

ଉଠେ ପଡେ

ଦୌଡ଼ିଲେ ବି

ତୀବ୍ର ହୁଏ ତାର ଗତି

ହାତ ମୁଠା ପରି 

ଅଥଚ କେତେ କଥା ଧାରଣ କରିବା ଶକ୍ତି ତାର ।


ବିଶ୍ୱର ସମସ୍ତ ସ୍ଥାସ୍ଥାନ 

ତା ଆଗେ ସାନ ତ ହୁଏ;

କେତେ କଥା,ବ୍ୟଥା,ମୁହଁ ସ୍ମୃତି,ଘଟଣା

ଏ ମନେ ରଖିବା ପାଇଁ କି

ସେଇ କୋଠରୀରେ ଜାଗାଟେ ଥାଏ

ନୁହେଁ କି ବିସ୍ମୟ ଇଏ ।


ଭାରି ଦରଦୀ

ଅଭିମାନୀ 

ସ୍ନେହ ସମ୍ପର୍କ କାଙ୍ଗାଳ 

ପ୍ରେମ ପାଇଁ ହାଇଁ ପାଇଁ ହୁଏ

ଏହା ପାଇଁ ନୀତି ମରି ପୁଣି ନିତି ଜୀଏଁ ।


ଆଖି ନାହିଁ

କିନ୍ତୁ ସବୁ ଦେଖି ପାରେ

ଅଶିକ୍ଷିତ

ହେଲେ ବି ପଢି ପାରେ

ସବୁ ଭାଷା ସବୁ ବହିର ଅନ୍ତର

ଛୁଇଁ ଦେଇ କହି ପାରେ

କି ଘଟୁଛି ଭିତର

ବିଚିତ୍ର ସେ ହୃଦୟଟି ମୋର।


Rate this content
Log in