କି କଥା କହିବି ଗୋ
କି କଥା କହିବି ଗୋ
କି କଥା କହିବି ଗୋ
ବ୍ୟଥିତ ଏ ପରାଣ,
ଜୀବନ ନୁହେଁ ଏବେ
ଲୋଡ଼ୁଛି ଯା ମରଣ ।
କି ଆଶା ନେଇ ଆଉ
ବଞ୍ଚିବା ଏଠି କହ
କୁଆଡ଼େ ଦିଶୁନାହିଁ
ଜଣେ ମଣିଷ ମୁହଁ।
ବେଳକୁ ବେଳ ଲାଗେ
ଅରଣ୍ୟ ସମ ଧରା,
ଅସୀମ-ଅବିଚାର
ଅବିଶ୍ବାସରେ ଭରା ।
ମଣିଷ ବୋଲି ଯାହା
ପଶୁର-ରୂପାନ୍ତର,
ପଶୁ ରାଜ୍ବତେ କେବେ
ଜୀଇଁ କି ପାରେ ନର ।
ଯୁଆଡ଼େ ଚ଼ାହିଁ ଦେଲେ
ଚ଼ମକି ଯାଏ ଆଖି,
ଘୋର ସଂକଟ କାଳ
ହେ ଚ଼ଉବାହା ସାକ୍ଷୀ ।
ସାତ ସପନ ହେଲା
ସ୍ନେହ-ମମତା ଏଠି,
ବିବେକ ମୋର ଯାହା
ଖଟୁଛି ଖାଲି ବେଠି।
ଅମତ୍ତା ମତ୍ତା ହେଲେ
ପ୍ରତିଟି ନର ନାରୀ,
ଧରମ କରମ ତ
ଗଲେଣି ଦୂରେ ଡରି।
ଅନେକ ଦିନ ତଳୁ
ଗଲାଣି ମରି ମନ,
ତୁଚ୍ଛା ଦେହକୁ ବହି
ଚ଼ାଲିବା ଅକାରଣ ।