ଖୁସିର ଠିକଣା ନାହିଁ
ଖୁସିର ଠିକଣା ନାହିଁ


ନାହିଁ ତା ଠିକଣା ଖୁସି ଓ ଆନନ୍ଦେ
ଜନ୍ମ କରି ଅଛି ପୁତ୍ର,
ପୁତ୍ର ରତ୍ନ ପାଇ ଧନ୍ୟ ହୋଇ ଅଛି
ଧରି ଅଛି କଳେ ପୁତ୍ର।
ସ୍ତ୍ରୀ ଜନମ ତାର ସଫଳ ହୋଇଛି
ମା ହୋଇଅଛିରେ ପରା,
ଅର୍ପିତ କରିଛି ସମସ୍ତ ମମତା
ତାର ପୁତ୍ର ରତ୍ନେ ପରା।
ଖୁସି ଆନନ୍ଦରେ ପୂରଣ ଗୃହଟି
ଶାଶୁ ଓ ଶଶୁର ଖୁସି,
ନାହିଁରେ ଠିକଣା ସ୍ବାମୀର ଖୁସିର
ସାଇ ପଡୋଶୀ ଭି ଖୁସି।
ସ୍ତ୍ରୀ ଜନ୍ମ ତାହାର ହୋଇଲା ସଫଳ
ପୁତ୍ର ରତ୍ନ ଜନ୍ମ ଦେଲା,
ଦାମ୍ପତ୍ୟ ଜୀବନ ହୋଇଲା ସଫଳ
ଦୟା ଜଗନ୍ନାଥ ହେଲା।
ନାରୀ ପତିବ୍ରତା ସ୍ବାମୀ ଭକ୍ତି ଯାର
ନିତ୍ୟେ ଭକ୍ତି ଗୁରୁଜନେ,
ତାର ସେବାଭାବ ଶାଶୁ ଓ ଶଶୁରେ
ଆଜ୍ଞାକାରୀ ନିତିଦିନେ।
ନରମ କଥିତ ଅଟେ ସେହୁ ନାରୀ
ଆଦର ହୁଏ ସମାଜେ,
ଭକ୍ତି ଜଗନ୍ନାଥେ ଥାଏ ନିରନ୍ତର
ଆଦର୍ଶ ନାରୀ ସମାଜେ।
ଅତିଥିଙ୍କ ସେବା କର୍ତ୍ତବ୍ୟ ଭାବେଟି
ସେବୁ ଥାଏ ଅନୁକ୍ଷଣ,
ତାଙ୍କ ଆଶିର୍ବାଦୁ ପୁତ୍ର ଜନ୍ମ ହେଲା
ଶାଶୁ ତା କରେ ବଖାଣ।
କଲା ଆନନ୍ଦିତ ବହୁଟି ତାଙ୍କର
ହୁଏଟି ଗୃହେ ଉତ୍ସବ,
ହୁଏ ବ୍ୟବସ୍ଥିତ ବାଳକ ଭୋଜନ
ଏହୁତ ଜନ୍ମ ଉତ୍ସବ।
କୋଳେଧରି ପୁତ୍ରେ ସ୍ବାମିକୁ କୁହେସେ
ତୁମ କଥା ହେଲା ସତ୍ୟ,
ମୁହିଁ କହୁ ଥିଲି ଝିଅ ଜନ୍ମ ହେବ
ଜିତି ଗଲ ତୁମେ ନାଥ।
ଅତି ଆନନ୍ଦିତ ସ୍ବାମୀ ମୁଖ ଚାହିଁ
ଖୁସିର ଠିକଣା ନାହିଁ,
କୁଟୁମ୍ବ ବନ୍ଧୁଙ୍କୁ ଖବର କର ହେ
ଘରକୁ ଆସିବେ ଯହିଁ।
ଦେବେ ଆଶିର୍ବାଦ ପୁତ୍ରକୁ ଆମର
ହେବ ଟି ପୁତ୍ର ମଙ୍ଗଳ,
ଅର୍ଜିତ କରିବ ସୁନାମ ସମାଜେ
ହେବଟି ପୂର୍ଣ୍ଣ ସକଳ।
ଯତ୍ନରେ ଗଢିବା ପୁତ୍ରକୁ ଆମର
କରିବା ଉଚ୍ଚ ଶିକ୍ଷିତ,
ସବୁଗୁଣ ଜ୍ଞାନେ ଭୂଷିତ କରିବା
ହେବ ପୂର୍ଣ୍ଣ ମନରଥ।