STORYMIRROR

Bauribandhu Lenka

Inspirational

3  

Bauribandhu Lenka

Inspirational

ଖୁସି

ଖୁସି

1 min
183


 


ସ୍ୱଳ୍ପ ଏହି ଜୀଵନର

ପ୍ରତିଟି ମୁହୂର୍ତ୍ତରେ ମୁଁ ଖୁସି,

କାମ ଥିଲେ ଖୁସି ,ନଥିଲେ ବି ଖୁସି ।


ଡାଲିଭାତ ହେଉ କି ଖାଲି ଭାତ ହେଉ

ଯାହା ବି ମିଳିଲେ ଖୁସି ।


ଦେଖି ପାରିଲେ ଖୁସି,

ନଦେଖି ପାରିଲେ, ତା'ର କଥା ପଦେ

କାନରେ ବାଜିଲେ ବି ଖୁସି ।


ମନ ଚାହେଁ ଯାହା, ସବୁ ପାଇ ହୁଏନି,

ନପାଇଲେ ବି ତାକୁ ଭାବିକରି ମୁଁ ଖୁସି ।


ହଜି ଯାଇଥିବା ଅତୀତ,

କେବେ ଆଉ ଫେରିଆସେନା,

ହେଲେ ତା'ର ସ୍ମୃତିରେ ବି ମୁଁ ଖୁସି ।


କିଏ ଜାଣେ ଭବିଷ୍ୟତ କଣ ହେଵ

ହେଲେ ତା'ର ପ୍ରତୀକ୍ଷାରେ ବି ମୁଁ ଖୁସି ।


ଛୁଇଁବ ଯଦି ହୃଦୟକୁ 

ମୋର ଏଇ କଥା କେଇ ପଦ,

ଆଶା କରିବି ଉତ୍ତର ଦେବ ବୋଲି,

ନହେଲେ ବିନା ଉତ୍ତରରେ ଵି ମୁଁ ଖୁସି ।


Rate this content
Log in

Similar oriya poem from Inspirational